ପୋଖରୀ ରେ ବୁଡି ୨ ଭାଇଙ୍କ ମୃତ୍ୟୁ

କାମାକ୍ଷାନଗର : ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୨ ସଂପର୍କୀୟ ଭାଇଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏକତାଳି ଗାଁରେ। ଜଣଙ୍କ ବୟସ ୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୮ବର୍ଷ ହୋଇଥିଲା ବୋଲି ଜଣାଯାଇଛି। ବଡ଼ଓଷା ପାଇଁ ମନ୍ଦିର ଯିବେ ବୋଲି ଗାଧୋଇବାକୁ ଯାଇଥିଲେ ୨ ଭାଇ । ଏହି ସମୟରେ ଅସାବଧାନ କାରଣରୁ ଉଭୟଙ୍କ ଗୋଡ଼ ଖସି ଯିବାରୁ ଉଭୟେ ପାଣିରେ ବୁଡ଼ି ଯାଇଥିଲେ । ମୃତକ […]

Samaya Live Picture
Published On

କାମାକ୍ଷାନଗର : ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ୨ ସଂପର୍କୀୟ ଭାଇଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏକତାଳି ଗାଁରେ। ଜଣଙ୍କ ବୟସ ୭ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ୮ବର୍ଷ ହୋଇଥିଲା ବୋଲି ଜଣାଯାଇଛି। ବଡ଼ଓଷା ପାଇଁ ମନ୍ଦିର ଯିବେ ବୋଲି ଗାଧୋଇବାକୁ ଯାଇଥିଲେ ୨ ଭାଇ । ଏହି ସମୟରେ ଅସାବଧାନ କାରଣରୁ ଉଭୟଙ୍କ ଗୋଡ଼ ଖସି ଯିବାରୁ ଉଭୟେ ପାଣିରେ ବୁଡ଼ି ଯାଇଥିଲେ । ମୃତକ ଦ୍ବୟ ହେଲେ ଗଣେଶ୍ବର ବେହେରା ଓ ଶୁଭମ ବେହେରା। ସେମାନେ ସମ୍ପର୍କରେ ଦାଦା ପୁଅ ଓ ବଡ଼ବାପା ପୁଅ ହୋଇଥିବା ଜଣାପଡ଼ିଛି । ବଡ଼ଓଷା ପରି ଦିନରେ ଏଭଳି ଅଘଟଣ ଘଟିଥିବାରୁ ପୁରା ଗାଁରେ ଶୋକର ଛାୟା ଖେଳି ଯାଇଛି ।

Tags: