ବୁଢ଼ାବଳଙ୍ଗ ନଦୀରେ ବୁଡ଼ିଯାଇ ୨ ଭାଇ ମୃତ
ବାଲେଶ୍ୱର : ଗାଧୋଇବାବେଳେ ବୁଢାବଳଙ୍ଗ ନଦୀରେ ରେ ବୁଡ଼ିଗଲେ ୨ ଭାଇ । ବାଲେଶ୍ୱର ଜିଲ୍ଲା ରେମୁଣା ଗଣ୍ଡର୍ଦା ପତୁକା ଶାସନ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ଦୁହିଁଙ୍କ ମଧ୍ୟରୁ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ବୈଶିଙ୍ଗା ହସ୍ପିଟାଲରେ ମୃତ୍ୟୁ ହୋଇଛି । ଦୁଇ ନାବାଳକ ଭାଇଙ୍କ ବୟସ ୧୭ ବର୍ଷ ଓ ୮ ବର୍ଷ I ଏହି ଦୁଇ ଜଣ ସମ୍ପର୍କରେ ମାମୁ ପୁଅ ବିକାଶ ପଣ୍ଡା ଓ ପିଉସୀ […]
ବାଲେଶ୍ୱର : ଗାଧୋଇବାବେଳେ ବୁଢାବଳଙ୍ଗ ନଦୀରେ ରେ ବୁଡ଼ିଗଲେ ୨ ଭାଇ । ବାଲେଶ୍ୱର ଜିଲ୍ଲା ରେମୁଣା ଗଣ୍ଡର୍ଦା ପତୁକା ଶାସନ ନିକଟରେ ଘଟିଛି ଏହି ଅଭାବନୀୟ ଘଟଣା। ଦୁହିଁଙ୍କ ମଧ୍ୟରୁ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ବୈଶିଙ୍ଗା ହସ୍ପିଟାଲରେ ମୃତ୍ୟୁ ହୋଇଛି । ଦୁଇ ନାବାଳକ ଭାଇଙ୍କ ବୟସ ୧୭ ବର୍ଷ ଓ ୮ ବର୍ଷ I ଏହି ଦୁଇ ଜଣ ସମ୍ପର୍କରେ ମାମୁ ପୁଅ ବିକାଶ ପଣ୍ଡା ଓ ପିଉସୀ ପୁଅ ତୁଷାର ପଣ୍ଡା। ଆଜି ଦୁଇ ଜଣ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ।
ଆଜି ଦିନ ୧୨ଟା ସମୟରେ ଦୁହେଁ ବୁଢ଼ାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଜଣେ ନାବାଳକଙ୍କର ଗୋଡ଼ ଖସିଯାଇଥିଲା, ସେ ନଦୀରେ ବୁଡ଼ି ଯାଇଥିଲେ। ଅନ୍ୟ ଜଣେ ନାବାଳକ ଏହା ଦେଖି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ ମଧ୍ୟ ନଦୀରେ ବୁଡ଼ି ଯାଇଥିଲେ। ଖବର ପାଇଁ ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ I ଉଭୟଙ୍କୁ ନଦୀରୁ ଉଦ୍ଧାର କରାଯାଇ ପ୍ରଥମେ ବୈସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।




