ହାଇୱା ଧକ୍କାରେ ୨ ବାଇକ ଆରୋହୀ ମୃତ

ଆସିକା : ଓଭର ଟେକ ହେଲା କାଳ I ହାଇୱାକୁ ଓଭର ଟେକ କରୁଥିବା ବେଳେ ଦୁଇ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି I ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା Iମୃତକ ଦୁଇ ଜଣ ହେଲେ ସୋରଡା ନୂଆଗଡ ଗାଁର ରିଙ୍କୁ ନାୟକ ଓ ରାହୁଲ ନାୟକ। ସେମାନେ ବାଇକରେ ଏକ ଟ୍ରକ୍‌କୁ ଓଭର ଟେକ୍ କରୁଥିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ବାଇକ୍‌ […]

Samaya Live Picture
Published On

ଆସିକା : ଓଭର ଟେକ ହେଲା କାଳ I ହାଇୱାକୁ ଓଭର ଟେକ କରୁଥିବା ବେଳେ ଦୁଇ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି I ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା Iମୃତକ ଦୁଇ ଜଣ ହେଲେ ସୋରଡା ନୂଆଗଡ ଗାଁର ରିଙ୍କୁ ନାୟକ ଓ ରାହୁଲ ନାୟକ। ସେମାନେ ବାଇକରେ ଏକ ଟ୍ରକ୍‌କୁ ଓଭର ଟେକ୍ କରୁଥିବା ସମୟରେ ସାମ୍ନାପଟୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ରିଙ୍କୁ ଓ ରାହୁଲ ବାଇକ୍‌ରୁ ଛିଟିକି କେନାଲ ହୁଡ଼ାରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହାସହ ଦୁର୍ଘଟଣାଗସ୍ତ ବାଇକ୍‌କୁ ଜବତ କରିଛି। ଆଜି ଦିନ ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି।

Tags: