ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଭୁବନେଶ୍ୱର : ଦ୍ରୁତ ଗତି ମହା ବିପତ୍ତି । ଦ୍ରୁତ ଗତି ଯୋଗୁଁ ଅକାଳରେ ଚାଲି ଯାଇଛି ୨ ଟି ଅମୁଲ୍ୟ ଜୀବନ । ଦ୍ରୁତ ଗତିରେ ବୁଲେଟ ଚଳାଇ ଯାଉଥିବା ବେଳେ ରାସ୍ତାରେ ସ୍ପିଡ଼ ବ୍ରେକର ଆସିଯିବାରୁ ଭାରସାମ୍ୟ ହରାଇ ଥିଲେ ବୁଲେଟ ଆରୋହୀ । ପ୍ରଥମେ ଏକ ଇଲେକ୍ଟ୍ରି ପୋଲ, ରାସ୍ତା କଡ଼ ଗଛ ଏବଂ ପରେ ପାର୍କିଂରେ ଥିବା ଏକ କାରକୁ ଧକ୍କା ଦେଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ୨ ଯୁବକ […]

ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ
Samaya Live Picture
Published On

ଭୁବନେଶ୍ୱର : ଦ୍ରୁତ ଗତି ମହା ବିପତ୍ତି । ଦ୍ରୁତ ଗତି ଯୋଗୁଁ ଅକାଳରେ ଚାଲି ଯାଇଛି ୨ ଟି ଅମୁଲ୍ୟ ଜୀବନ । ଦ୍ରୁତ ଗତିରେ ବୁଲେଟ ଚଳାଇ ଯାଉଥିବା ବେଳେ ରାସ୍ତାରେ ସ୍ପିଡ଼ ବ୍ରେକର ଆସିଯିବାରୁ ଭାରସାମ୍ୟ ହରାଇ ଥିଲେ ବୁଲେଟ ଆରୋହୀ । ପ୍ରଥମେ ଏକ ଇଲେକ୍ଟ୍ରି ପୋଲ, ରାସ୍ତା କଡ଼ ଗଛ ଏବଂ ପରେ ପାର୍କିଂରେ ଥିବା ଏକ କାରକୁ ଧକ୍କା ଦେଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ୨ ଯୁବକ । ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଗତ ବିଳମ୍ବିତ ରାତିରେ ଭୁବନେଶ୍ଵର ରେଣ୍ଟାଲ କଲୋନୀ ଫାୟାର ଷ୍ଟେସନ୍ ରାସ୍ତାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ମାନେ ହେଲେ ଦେବୀ ପ୍ରସାଦ ପରିଡା ଏବଂ ଅନ୍ବେଷ ସତ୍ୟଦର୍ଶନ ଦାସ। ଉଭୟ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ଥିଲେ । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ପାଖରେ ଦୁର୍ଘଟଣା ହୋଇଥିଲା । ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Tags: