ଆଜିଠାରୁ ଆରମ୍ଭ ହେଲା +୨ କଳା ଓ ବାଣିଜ୍ୟ ପରୀକ୍ଷା

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଲା +୨ କଳା ଓ ବାଣିଜ୍ୟର ଥିଓରୀ ପରୀକ୍ଷା । ରାଜ୍ୟର ୧୨୭୬ ପରୀକ୍ଷା କେନ୍ଦ୍ରରେ ମୋଟ ୨ ଲକ୍ଷ ୧୫ ହଜାର ପରୀକ୍ଷାର୍ଥୀ କଳା ଓ ବାଣିଜ୍ୟ ପାଠ୍ୟକ୍ରମର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ। ସକାଳ ୯ଟା ୪୫ରେ ପରୀକ୍ଷା ଖାତା ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ। ସକାଳ ୯ଟା ୫୫ରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ […]

ଆଜିଠାରୁ ଆରମ୍ଭ ହେଲା +୨ କଳା ଓ ବାଣିଜ୍ୟ ପରୀକ୍ଷା
Samaya Live Picture
Published On

ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଲା +୨ କଳା ଓ ବାଣିଜ୍ୟର ଥିଓରୀ ପରୀକ୍ଷା । ରାଜ୍ୟର ୧୨୭୬ ପରୀକ୍ଷା କେନ୍ଦ୍ରରେ ମୋଟ ୨ ଲକ୍ଷ ୧୫ ହଜାର ପରୀକ୍ଷାର୍ଥୀ କଳା ଓ ବାଣିଜ୍ୟ ପାଠ୍ୟକ୍ରମର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବେ। ସକାଳ ୯ଟା ୪୫ରେ ପରୀକ୍ଷା ଖାତା ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରାଯିବ। ସକାଳ ୯ଟା ୫୫ରେ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯିବ। ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମରେ ମୋଟ ୩ ଲକ୍ଷ ୯୩ ହଜାର ୬୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ପୂର୍ବାହ୍ଣ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଚାଲିବ।

ସେହିପରି ଚଳିତ ଥର ପରୀକ୍ଷା ପାଇଁ ପାଞ୍ଚସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ଶୃଙ୍ଖଳିତ କରିବା ପାଇଁ CHSE ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । CHSE ପରିସରରେ ନିୟନ୍ତ୍ରଣ କକ୍ଷ କରାଯାଇଛି। ଏକା ସଙ୍ଗରେ ୫ଶହ ପରୀକ୍ଷା କେନ୍ଦ୍ରର ସ୍ଥିତି ସିସିଟିଭିରେ ଦେଖିହେବ। କେହି ବି ମୋବାଇଲ ନେଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ । କେବଳ ସେଣ୍ଟର ସୁପରିଟେଣ୍ଡେଣ୍ଟ ସାଇଲେଣ୍ଟ ମୋଡ଼ରେ ମୋବାଇଲ ଫୋନ ରଖିପାରିବେ।

ଅନ୍ୟପକ୍ଷରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବିଜ୍ଞାନ ପାଠ୍ୟକ୍ରମର ମାତୃଭାଷା(ଏମ୍‌ଆଇଏଲ) ଓଡ଼ିଆ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ହୋଇଛି। ପ୍ରଥମ ଦିନ ନକଲ (କପି) କରି ଜଣେ ବିଦ୍ୟାର୍ଥୀ ଧରାପଡ଼ିଛନ୍ତି। ସବୁ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି ।

Tags: