ଜାଲ ନୋଟ କାରବାରରେ ୨ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ଜାଲ୍ ନୋଟ୍ କାରବାର ରାକେଟ୍ ଠାବ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଗୁରୁବାର ଟିଟିଲାଗଡ଼କୁ ୨ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ମହମ୍ମଦ ସବିର ଓ ନେତ୍ର ରାଉତ। ତାଙ୍କ ନିକଟରୁ ୫୦ ହାଜର ଟଙ୍କାର ୫୦୦ ଟଙ୍କିଆ ଜାଲ୍ ନୋଟ୍ ବଣ୍ଡଲ ଜବତ ହୋଇଛି । ହାଇ କ୍ବାଲିଟି ଜାଲ ନୋଟ୍ ଛାପୁଥିବା ଖବର ପାଇ ଏସ୍ଟିଏଫ୍ ଟିମ୍ ଚଢାଉ କରିଥିଲେ । ଆନ୍ତଃରାଜ୍ୟ ଲିଙ୍କ୍ ନେଇ […]
ଭୁବନେଶ୍ୱର : ଜାଲ୍ ନୋଟ୍ କାରବାର ରାକେଟ୍ ଠାବ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଗୁରୁବାର ଟିଟିଲାଗଡ଼କୁ ୨ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ମହମ୍ମଦ ସବିର ଓ ନେତ୍ର ରାଉତ। ତାଙ୍କ ନିକଟରୁ ୫୦ ହାଜର ଟଙ୍କାର ୫୦୦ ଟଙ୍କିଆ ଜାଲ୍ ନୋଟ୍ ବଣ୍ଡଲ ଜବତ ହୋଇଛି । ହାଇ କ୍ବାଲିଟି ଜାଲ ନୋଟ୍ ଛାପୁଥିବା ଖବର ପାଇ ଏସ୍ଟିଏଫ୍ ଟିମ୍ ଚଢାଉ କରିଥିଲେ । ଆନ୍ତଃରାଜ୍ୟ ଲିଙ୍କ୍ ନେଇ ଅଧିକ ତଦନ୍ତ ଜାରି ରହିଛି । ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳରେ ଜାଲ୍ ନୋଟ୍ କାରବାର ହେଉଥିବା ନେଇ ଖବର ପାଇଥିଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ । ଚଢାଉ କରି ଟିଟିଲାଗଡ଼ ସହରର ଜଣେ ଟେଣ୍ଟ ହାଉସ୍ ମାଲିକ ଓ ତାଙ୍କର ଜଣେ ସହଯୋଗୀ ଗିରଫ ହୋଇଛନ୍ତି । ଉଭୟଙ୍କୁ ଜାଲ୍ ନୋଟ୍ କାରବାରରେ ସଂପୃକ୍ତି ଥିବା ଅଭିଯୋଗରେ ଗିରଫ କରିଥିବା ସୂଚନା ମିଳିଛି । ଆନ୍ତଃରାଜ୍ୟ ଲିଙ୍କ୍ ସନ୍ଦେହ କରି ଅଧିକ ତଦନ୍ତ ଜାରି ରଖିଛି । ଏନେଇ ଏସ୍ଟିଏଫ୍ ଡ଼ିଆଇଜି ପିନାକ ମିଶ୍ର ପ୍ରେସ ମିଟ କରି ସୂଚନା ଦେଇଛନ୍ତି ।




