ଏସସିବି ରେ ସଫଳ ହେଲା ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ
କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଇତିହାସ ରଚିଲା କଟକ ବଡ଼ ଡାକ୍ତରଖାନା I ପ୍ରଥମ ଥର ପାଇଁ ସଫଳତାର ସହ ହୋଇଛି ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ ବା ଯକୃତ ପ୍ରତିରୋପଣ I ସ୍ୱାମୀ ଦେହରେ ଲାଗିଛି ସ୍ତ୍ରୀର ଲିଭର୍। ଦୀର୍ଘ ୧୧ ବର୍ଷର ଅପେକ୍ଷା ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ୱତନ୍ତ୍ର ମୋଡୁଲାର ଓଟିରେ ଯକୃତ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଥିଲା ଏହି […]
କଟକ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଇତିହାସ ରଚିଲା କଟକ ବଡ଼ ଡାକ୍ତରଖାନା I ପ୍ରଥମ ଥର ପାଇଁ ସଫଳତାର ସହ ହୋଇଛି ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ ବା ଯକୃତ ପ୍ରତିରୋପଣ I ସ୍ୱାମୀ ଦେହରେ ଲାଗିଛି ସ୍ତ୍ରୀର ଲିଭର୍। ଦୀର୍ଘ ୧୧ ବର୍ଷର ଅପେକ୍ଷା ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ୱତନ୍ତ୍ର ମୋଡୁଲାର ଓଟିରେ ଯକୃତ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ପ୍ରକ୍ରିୟା I ୯ ଜଣିଆ ଡାକ୍ତରୀ ଟିମ ସହ କଟକ ଏସସିବିର ଡାକ୍ତର ମାନେ ମିଶି ଏହି ଅପରେସନ କରିଥିଲେ I
ଏଣିକି ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଆଉ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ I କଟକ ବଡ଼ ଡାକ୍ତରଖାନାରେ ନିଃଶୁଳ୍କ ରେ ହେବ ଏହି ବ୍ୟୟ ବହୁଳ ଲିଭର ଟ୍ରାନ୍ସପ୍ଲାଣ୍ଟ I ଗତକାଲି କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଆଣାଯାଇ ଟ୍ରାନସପ୍ଲାଣ୍ଟ କରାଯାଇଛି। ଏସିଆନ ଇନଷ୍ଟିଚ୍ୟୁଟଅଫ୍ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବା ଏଆଇଜି ହାଇଦ୍ରାବାଦ ସହ ଏସସିବିର ଚୁକ୍ତି ହେବା ପରେ ଏଆଇଜିର ୯ ଜଣିଆ ଡାକ୍ତରୀ ଟିମ୍ ସହ ଏସସିବି ମେଡିକାଲର ଡାକ୍ତରମାନେ ମିଳିତଭାବେ ଏହି ପ୍ରତିରୋପଣ ଅସ୍ତ୍ରୋପଚାର କରିଛନ୍ତି। ତେବେ ଏନେଇ ମେଡିକାଲ କତୃପକ୍ଷ ସମସ୍ତ ତଥ୍ୟ ସାର୍ବଜନୀନ କରିନାହାନ୍ତି I ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଗୁପ୍ତ ରଖାଯାଇଛି I
ମଙ୍ଗଳବାର ସନ୍ଧ୍ୟାରେ ଟ୍ରାନ୍ସପ୍ଲାଣ୍ଟ ଅପେକ୍ଷାରେ ଥିବା ଲିଭର ରୋଗୀ ଓ ଯକୃତ ଦାତାଙ୍କ ସହିତ ଏକ ଆଲୋଚନା କରାଯାଇଥିଲା I ପ୍ରଥମଥର ପାଇଁ ଏଭଳି ଜଟିଳ ଅସ୍ତ୍ରାପଚାର ହେଉଥିବାରୁ ଉଭୟଙ୍କୁ ମାନସିକ ସ୍ତରରେ ଚାପ ମୁକ୍ତ ରଖିବାକୁ ପ୍ରାଥମିକତା ଦିଆଯାଇଥିଲା I ବର୍ତ୍ତମାନ ଦୁଇ ଦମ୍ପତିଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଏସସିବି ଅଧିକ୍ଷକ ଇ ତେବେ ଭାରତବର୍ଷରେ ଏହି ବିରଳ ପ୍ରତିରୋପଣ ଚିକିତ୍ସା ଏବେ କଟକରେ ମାଗଣାରେ ମିବାକୁ ଥିବାରୁ ରୋଗୀଙ୍କ ମନରେ ନୂଆ ଆଶା ସଂଚାର କରିଛି I




