ଓଡିଶାରୁ ୧୯ ଜଣଙ୍କୁ ପୋଲିସ ପଦକ ,ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅଗ୍ନିଶମ ବିଭାଗରୁ ପାଇବେ ୪
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତିଙ୍କ ପୁରସ୍କାର ଘୋଷଣା । ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ୧୯ ଜଣ ପାଇବେ ପୋଲିସ ପଦକ । ଉତ୍କୃଷ୍ଟ ସେବା ପାଇଁ ୨ ଜଣ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ସାହସିକତା ପାଇଁ ୬ ପୋଲିସକୁ ମିଳିବ ପୁରସ୍କାର । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର। ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ସରୋଜ ମଲ୍ଲିକ ଏବଂ କନଷ୍ଟେବଲ୍ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର […]
ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ପାଇଁ ରାଷ୍ଟ୍ରପତିଙ୍କ ପୁରସ୍କାର ଘୋଷଣା । ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶାରୁ ୧୯ ଜଣ ପାଇବେ ପୋଲିସ ପଦକ । ଉତ୍କୃଷ୍ଟ ସେବା ପାଇଁ ୨ ଜଣ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପୁରସ୍କାର । ସାହସିକତା ପାଇଁ ୬ ପୋଲିସକୁ ମିଳିବ ପୁରସ୍କାର । ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର।
ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ସରୋଜ ମଲ୍ଲିକ ଏବଂ କନଷ୍ଟେବଲ୍ ସତ୍ୟବାଦୀ ମଲ୍ଲିକ ପାଇବେ ରାଷ୍ଟ୍ରପତି ପୁରସ୍କାର । ୬ ପୋଲିସ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ମିଳିବ । ସେବାରେ ପ୍ରଂଶସନୀୟ କାର୍ଯ୍ୟ ପାଇଁ ୧୧ ପୋଲିସଙ୍କୁ ମିଳିବ ପୁରସ୍କାର । ଅଗ୍ନିଶମ ସେବାରେ ଭମରବର ସେଠ୍ଙ୍କୁ ରାଷ୍ଟ୍ରପତି ପୁରସ୍କାର ମିଳିବ ।
ସେହିପରି ଅଗ୍ନିଶମ ସେବାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୪ ଜଣ ପାଇବେ ପୁରସ୍କାର । ହୋମ୍ଗାର୍ଡ ଓ ସିଭିଲ୍ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ମିଳିବ ପଦକ । ପ୍ରମୋଦ କୁମାର ରାଉତ, ହୋମଗାର୍ଡ ସୌଭାଗ୍ୟ ପ୍ରଧାନ ରାଷ୍ଟ୍ରପତି ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ସେହିପରି ଅନ୍ୟରାଜ୍ୟ ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ୩, ଆସାମରୁ ୧୫, ବିହାରରୁ ୯, ଛତିଶଗଡ଼ରୁ ୨୨, ଦିଲ୍ଲୀରୁ ୨୦, ଗୋଆରୁ ଜଣେ, ଗୁଜରାଟରୁ ୧୧, ହରିୟାଣାରୁ ୯, ଝାଡଖଣ୍ଡ ୧୨, କର୍ଣ୍ଣାଟକରୁ ୨୧, କେରଳରୁ ୧୧, ମଧ୍ୟପ୍ରଦେଶରୁ ୨୧, ମହାରାଷ୍ଟ୍ରରୁ ୪୩, ମଣିପୁରରୁ ୮, ମେଘାଳୟରୁ ୩, ମିଜୋରାମ୍ରୁ ୪, ନାଗାଲଣ୍ଡରୁ ୪, ଓଡିଶାରୁ ୧୯, ପଞ୍ଜାବ ୧୭, ରାଜସ୍ଥାନରୁ ୧୭, ସିକ୍କିମରୁ ୨, ତାମିଲନାଡୁରୁ ୨୩, ତେଲେଙ୍ଗାନାରୁ ୧୪, ତ୍ରିପୁରାରୁ ୭, ଉତ୍ତରପ୍ରଦେଶରୁ ୯୫, ଉତ୍ତରାଖଣ୍ଡ ୫, ପଶ୍ଚିମବଙ୍ଗରୁ ୨୨ ଜଣ ପୁରସ୍କାର ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିପରି କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ଆଣ୍ଡାମନ ଓ ନିକୋବରରୁ ୩, ଚଣ୍ଡିଗଡରୁ ୨, ଲଦାଖରୁ ୨, ପୁଣ୍ଡୁଚେରୀରୁ ୩, ଜାମ୍ମୁ ଓ କାଶ୍ମୀରରୁ ୨୭ ଜଣ ରହିଛନ୍ତି ।




