୧୮ ଫୁଟ୍ ଉଚ୍ଚର ସୁନା ଗଣେଶ
ଲକ୍ଷ୍ନୌ: ଗଣେଶ ଚତୁର୍ଥୀ ଯେତେ ଶୀଘ୍ର ପାଖେଇ ଆସୁଛି, ଭକ୍ତଙ୍କ ମନରେ ସେତେ ଉତ୍ସୁକତା ବଢ଼ୁଛି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ବିରତି ପରେ ଚଳିତ ବର୍ଷ ଧୁମ୍ଧାମ୍ରେ ଚାଲିଛି ପ୍ରସ୍ତୁତି । ଗଣେଶ ପୂଜାରେ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ଭିନ୍ନ ଭିନ୍ନ ଡିଜାଇନରେ ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି । କିଏ ଚକୋଲେଟ୍ ତ, କିଏ ଲଡ଼ୁରେ ଗଣେଶ ତିଆରି କରି ଚର୍ଚ୍ଚାକୁ ଆସିଥାନ୍ତି । ଆଉ ସେହି […]
ଲକ୍ଷ୍ନୌ: ଗଣେଶ ଚତୁର୍ଥୀ ଯେତେ ଶୀଘ୍ର ପାଖେଇ ଆସୁଛି, ଭକ୍ତଙ୍କ ମନରେ ସେତେ ଉତ୍ସୁକତା ବଢ଼ୁଛି । କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ବିରତି ପରେ ଚଳିତ ବର୍ଷ ଧୁମ୍ଧାମ୍ରେ ଚାଲିଛି ପ୍ରସ୍ତୁତି । ଗଣେଶ ପୂଜାରେ ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ଭିନ୍ନ ଭିନ୍ନ ଡିଜାଇନରେ ମୂର୍ତ୍ତି ପ୍ରସ୍ତୁତ କରିଥାନ୍ତି । କିଏ ଚକୋଲେଟ୍ ତ, କିଏ ଲଡ଼ୁରେ ଗଣେଶ ତିଆରି କରି ଚର୍ଚ୍ଚାକୁ ଆସିଥାନ୍ତି । ଆଉ ସେହି ମୂର୍ତ୍ତିମାନଙ୍କୁ ଦେଖିବା ପାଇଁ ମଣ୍ଡପରେ ବି ଲୋକଙ୍କର ଖୁବ୍ ଗହଳି ଜମିଥାଏ ।

ସାରା ଦେଶରେ ଗଣେଶ ପୂଜା ପ୍ରସ୍ତୁତି ଜୋର୍ସୋରେ ଚାଲିଥିବାବେଳେ ୟୁପିର ଚାନ୍ଦ୍ଆଉସୀରେ ଜଣେ କାରିଗର ୧୮ ଫୁଟର ସୁନାର ଗଣେଶ ମୂର୍ତ୍ତି ତିଆରି କରିଛନ୍ତି । ମୂର୍ତ୍ତିଟି ମୂଲ୍ୟବାନ ହୋଇଥିବା ସହ ଏହା ଦେଖିବାକୁ ମଧ୍ୟ ବେଶ୍ ଆକର୍ଷଣୀୟ । ‘ପ୍ରାୟ ୪୦ରୁ ୫୦ ପ୍ରତିଶତ ସୁନାର ବ୍ୟବହାର କରି ଏହି ମୂର୍ତ୍ତି ତିଆରି କରାଯାଇଛି’ ବୋଲି କହିଛନ୍ତି ଏଥିରେ ସମ୍ପୃକ୍ତ ଥିବା ଜଣେ କାରିଗର । ମୂର୍ତ୍ତି ନିର୍ମାଣ ହେଉଥିବା ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଯେଉଁଥିରେ କାରିଗର ବେଶ୍ ନିପୁଣତାର ସହ ଏହି ଦୁର୍ଲଭ ମୂର୍ତ୍ତିଟିକୁ ତିଆରି କରୁଛନ୍ତି । ହିନ୍ଦୁ ଧର୍ମ ଅନୁଯାୟୀ କୌଣସି ଶୁଭାରମ୍ଭ କରିବା ପୂର୍ବରୁ ପ୍ରଥମେ ଗଣେଶଙ୍କ ଆରାଧନା କରାଯାଏ । ଆଉ ତା’ପରେ ହିଁ ଅନ୍ୟ ଦେବୀଦେବତାଙ୍କ ପୂଜା କରାଯାଏ । କିମ୍ବଦନ୍ତୀ ଅନୁଯାୟୀ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ଭଗବାନ ଗଣେଶ ଜନ୍ମଗ୍ରହଣ କରିଥିଲେ । ତେଣୁ ଏହି ଦିନକୁ ଗଣେଶ ପୂଜା ଭାବରେ ପାଳନ କରାଯାଏଛ ଏହା ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ନିଡ଼ାମ୍ବରରେ ପାଳନ କରାଯାଏ । ପ୍ରତିବର୍ଷ ସାଧାରଣତଃ ଅଗଷ୍ଟ କିମ୍ବା ସେପେଫମ୍ବର ମାସରେ ଗଣେଶ ପୂଜା ପଡ଼ିଥାଏ । ଚଳିତ ବର୍ଷ ମଧ୍ୟ ଆସନ୍ତା ୩୧ ତାରିଖ ଦିନ ଗଣେଶ ପୂଜା ପାଳନ କରାଯିବ ।




