ରାଜ୍ୟ କ୍ୟାବିନେଟରେ ୧୭ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ସମୁଦାୟ ୧୧ଟି ବିଭାଗର ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି । ବୈଠକ ପରେ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବୈଠକର ନିଷ୍ପତ୍ତି ଉପରେ ସୂଚନା ପ୍ରଦାନ କରିଥିଲେ । ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମିଶନଶକ୍ତି ସ୍କୁଟର ଯୋଜନାର […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ସମୁଦାୟ ୧୧ଟି ବିଭାଗର ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି । ବୈଠକ ପରେ ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବୈଠକର ନିଷ୍ପତ୍ତି ଉପରେ ସୂଚନା ପ୍ରଦାନ କରିଥିଲେ । ମିଶନ ଶକ୍ତି ମହିଳାମାନଙ୍କ ପାଇଁ ମିଶନଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମିଶନ ଶକ୍ତି ବିଭାଗର ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୧ଟି ଜିଲ୍ଲା ହସ୍ପିଟାଲରେ ଆସନ୍ତା ୨ବର୍ଷ ମଧ୍ୟରେ ଉନ୍ନତମାନର କ୍ୟାନସର ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ନିଷ୍ପତି ନିଆଯାଇଛି । ଏଥିପାଇଁ ୧୦୦୧.୧୪କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି I

ସେହିପରି ମିଶନ ଶକ୍ତି ସଦସ୍ୟାମାନଙ୍କୁ ସେମାନଙ୍କ ପସନ୍ଦ ମୁତାବକ ସ୍କୁଟର କିଣିବା ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମ୍ପୁର୍ଣ୍ଣ ସୁଧ ଫେରସ୍ତ ପାଇବେ । ବର୍ତ୍ତମାନ ସିଆରପି-ସିଏମ୍‌, ଏମବିକେ, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ର,ବିସିଏ ୭୫ ହଜାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ , ୧ଲକ୍ଷ ୨୫ ହଜାର ଗ୍ରାମ ପଞ୍ଚାୟତ/ ୱାର୍ଡ ବ୍ଲକ୍ ବା ସହର ସ୍ତରୀୟ ମହାସଂଘର କାର୍ଯ୍ୟନିର୍ବାହୀ ସଦସ୍ୟା ଏହି ଯୋଜନାରେ ଉପକୃତ ହେବେ । ମାର୍କଫେଡ୍ ପାଇଁ ୫ବର୍ଷ ନିମନ୍ତେ ୫୦୦କୋଟି ଟଙ୍କାର ସହାୟତା ପାଣ୍ଠି,ସମବାୟ ବ୍ୟାଙ୍କ ଓ ସମବାୟ ସମିତିକୁ ୫ବର୍ଷ ପାଇଁ ୫୭୦୦କୋଟି ଟଙ୍କାର ସୁଧ ରିହାତି, ମାର୍ଶାଘାଇ-ଜମ୍ବୁ ରାସ୍ତା ସମ୍ପ୍ରସାରଣ, ବନ ସୁରକ୍ଷା ସମିତି ପାଇଁ ୧୦ହଜାର କୋଠା ଘର ନିର୍ମାଣ, ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଚିପ୍ ନିର୍ମାଣ ପାଇଁ ନୂଆ ନୀତି, ଓଡ଼ିଶା ଲୋକସେବା ଆୟୋଗରେ ଦୁଇଜଣ ନୂଆ ସଦସ୍ୟ ପ୍ରଫେସର ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର ଓ ଗୌରାଙ୍ଗ ଚରଣ ସାହୁଙ୍କ ନିଯୁକ୍ତି, ଓଏଇଏସ୍ କ୍ୟାଡ଼ର, ଓଡ଼ିଶା ପର୍ଯ୍ୟଟନ ସେବା କ୍ୟାଡ଼ରରେ ସଂଶୋଧନ, ଲୋକାୟୁକ୍ତଙ୍କ ବାର୍ଷିକ ରିପୋର୍ଟ-୨୦୨୨ ଆଦିକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।

Tags: