ଓଡିଶାରେ ୧୭ କୋଭିଡ ଆକ୍ରାନ୍ତ
ଭୁବନେଶ୍ୱର : ଦେଶରେ ପୁଣି କଡ଼ ଲେଉଟାଇଲାଣି କରୋନା I ଏହାକୁ ନେଇ ଗତ ବୁଧୁବାର ଦିନ ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ I ଏହା ସହିତ ପ୍ରତି ରାଜ୍ୟକୁ କରୋନା ସମ୍ପର୍କିତ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ I ସେହି ଅନୁସାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ କୋଭିଡ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି I ଏହା ମଧ୍ୟରେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୭ ଜଣ ନୂଆ […]
ଭୁବନେଶ୍ୱର : ଦେଶରେ ପୁଣି କଡ଼ ଲେଉଟାଇଲାଣି କରୋନା I ଏହାକୁ ନେଇ ଗତ ବୁଧୁବାର ଦିନ ସ୍ଥିତି ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ I ଏହା ସହିତ ପ୍ରତି ରାଜ୍ୟକୁ କରୋନା ସମ୍ପର୍କିତ ସତର୍କତା ଅବଲମ୍ବନ କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ I ସେହି ଅନୁସାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ କୋଭିଡ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି I ଏହା ମଧ୍ୟରେ ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୭ ଜଣ ନୂଆ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ ୧୩୪ ଦିନ ଭିତରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସର୍ବାଧିକ। ସେ କହିଛନ୍ତି, ଏବେ ମୋଟ ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ରାଜ୍ୟରେ କରୋନା ନମୁନା ପରୀକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉ ଥିବାରୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ରାଜ୍ୟରେ କରୋନା ସ୍ଥିତି ବର୍ତ୍ତମାନ ସ୍ଥିର ରହିଛି I ଆସନ୍ତା ସୋମବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟର କରୋନା ସ୍ଥିତି ଅନୁଧ୍ୟାନ କରିବେ I




