ଦୁର୍ନୀତି ପାଇଁ ଚାକିରୀ ହରାଇଛନ୍ତି ୧୫୯ ସରକାରୀ କର୍ମଚାରୀ

ଭୁବନେଶ୍ଵର : ୫ ବର୍ଷରେ ଚାକିରି ହରାଇଛନ୍ତି ୧୫୯ ଦୁର୍ନୀତିଖୋର୍। ଦୁର୍ନୀତି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀଙ୍କୁ କରାଯାଇଛି ଚାକିରିରୁ ବରଖାସ୍ତ। ୩୯ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର। ଜବତ ହୋଇଛି ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅନ୍ୟପଟେ ୨୦୧୪ରୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଭିଜିଲାନ୍ସରେ ୩୬୨୩ ଦୁର୍ନୀତି […]

Samaya Live Picture
Published On

ଭୁବନେଶ୍ଵର : ୫ ବର୍ଷରେ ଚାକିରି ହରାଇଛନ୍ତି ୧୫୯ ଦୁର୍ନୀତିଖୋର୍। ଦୁର୍ନୀତି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀଙ୍କୁ କରାଯାଇଛି ଚାକିରିରୁ ବରଖାସ୍ତ। ୩୯ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର। ଜବତ ହୋଇଛି ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା। ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅନ୍ୟପଟେ ୨୦୧୪ରୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଭିଜିଲାନ୍ସରେ ୩୬୨୩ ଦୁର୍ନୀତି ନିବାରଣ ମାମଲା ପଞ୍ଜିକରଣ ହୋଇଛି। ସେଥିମଧ୍ୟରୁ ୨୫୫୩ ମାମଲା ଫଇସଲା ହୋଇଛି। ୯୩୯ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୦୫୩ଟି ମାମଲାରେ ଅଭିଯୁକ୍ତ ଦୋଷ ମୁକ୍ତ ହୋଇଛନ୍ତି।

 

Tags: