ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି ୧୫୭ ପୁରୁଷ !

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ଆବେଦନ କଲେ ପୁରୁଷ I ଯୋଜନାର ସୁଫଳ ହାତେଇବାକୁ ଅପଚେଷ୍ଟା କରିଛନ୍ତି ୧୫୭ ଜଣ ପୁରୁଷ I ଆଧାର କାର୍ଡର ବ୍ୟାଙ୍କ୍ ଲିଙ୍କ୍ ଡାଟା ଆସିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ଭୁଲବଶତଃ ସେମାନେ ଆବେଦନ କରିଥାଇପାରନ୍ତି । ଯୋଜନାରେ ଆବେଦନ କରିଥିବା ସମସ୍ତ ପୁରୁଷଙ୍କୁ ବାଦ୍ ଦିଆଯାଇଛି। […]

Samaya Live Picture
Published On

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ଆବେଦନ କଲେ ପୁରୁଷ I ଯୋଜନାର ସୁଫଳ ହାତେଇବାକୁ ଅପଚେଷ୍ଟା କରିଛନ୍ତି ୧୫୭ ଜଣ ପୁରୁଷ I ଆଧାର କାର୍ଡର ବ୍ୟାଙ୍କ୍ ଲିଙ୍କ୍ ଡାଟା ଆସିବା ପରେ ଏପରି ତଥ୍ୟ ସାମ୍ନାକୁ ଆସିଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁଭଦ୍ରା ଯୋଜନାରେ ଭୁଲବଶତଃ ସେମାନେ ଆବେଦନ କରିଥାଇପାରନ୍ତି । ଯୋଜନାରେ ଆବେଦନ କରିଥିବା ସମସ୍ତ ପୁରୁଷଙ୍କୁ ବାଦ୍ ଦିଆଯାଇଛି। ମହିଳାଙ୍କୁ ସ୍ଵାବଲମ୍ଵୀ କରିବାକୁ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି ରାଜ୍ୟ ସରକାର। ହେଲେ ଏହି ଯୋଜନାରେ ପୁରୁଷ ଆବେଦନ କରୁଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସେହିପରି ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀ ରାଜ୍ୟ ବାହାରେ ଥିଲେ ପାଇପାରିବେ, ଆବେଦନ କରନ୍ତୁ। କୌଣସି କାରଣ ପାଇଁ ଗଞ୍ଜାମ , ଦେବଗଡ ଏବଂ ପଶ୍ଚିମ ଓଡିଶାର ବହୁ ମହିଳା ରାଜ୍ୟ ବାହାରେ ଅଛନ୍ତି। ପ୍ରବାସୀ ମହିଳା ମାନେ କିପରି ସୁଭଦ୍ରା ଟଙ୍କା ପାଇବେ , ସେ ନେଇ ସରକାର ଚେଷ୍ଟା କରୁଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Tags: