ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ ଶକ୍ତିର ୧୫୦ ଜଣ ‘ମିଲେଟ୍‌ ମା

ଭୁବନେଶ୍ୱର :ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ୧୫୦ ଜଣ ‘ମିଲେଟ୍‌ ମା’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପୁଷ୍ଟିଶସ୍ୟ ମାଣ୍ଡିଆର ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ମହିଳାମାନେ ସମସ୍ତେ ମିଶନ ଶକ୍ତିର ସଦସ୍ୟ ଅଛନ୍ତି ଏବଂ ଭୁବନେଶ୍ବରରେ ଚାଲିଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସେମାନେ ଯୋଗ ଦେଇଥିଲେ । ମାଣ୍ଡିଆ ଚାଷ ଠାରୁ ଆରମ୍ଭ କରି ଲୋକଙ୍କ ପ୍ଲେଟ୍‌ରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପର୍ଯ୍ୟନ୍ତ (Farm to Plate) ମାଣ୍ଡିଆ ଫୁଡ୍‌ […]

Samaya Live Picture
Published On

ଭୁବନେଶ୍ୱର :ଆଜି ସଂଧ୍ୟାରେ ନବୀନ ନିବାସ ଠାରେ ୧୫୦ ଜଣ ‘ମିଲେଟ୍‌ ମା’ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପୁଷ୍ଟିଶସ୍ୟ ମାଣ୍ଡିଆର ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ମହିଳାମାନେ ସମସ୍ତେ ମିଶନ ଶକ୍ତିର ସଦସ୍ୟ ଅଛନ୍ତି ଏବଂ ଭୁବନେଶ୍ବରରେ ଚାଲିଥିବା ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ସେମାନେ ଯୋଗ ଦେଇଥିଲେ ।

ମାଣ୍ଡିଆ ଚାଷ ଠାରୁ ଆରମ୍ଭ କରି ଲୋକଙ୍କ ପ୍ଲେଟ୍‌ରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପହଞ୍ଚାଇବା ପର୍ଯ୍ୟନ୍ତ (Farm to Plate) ମାଣ୍ଡିଆ ଫୁଡ୍‌ ଚେନ୍‌ର ( Millet Food Chain) ବିଭିନ୍ନ ସ୍ତରରେ ଏହି ମା ମାନେ ଯୋଡି ହୋଇ କାମ କରୁଛନ୍ତି ।

ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ, ସରକାରଙ୍କ ପକ୍ଷରୁ ଚାଷୀଙ୍କ ମାଣ୍ଡିଆ ସଂଗ୍ରହ, ମିଲେଟ୍‌ ଶକ୍ତି ଜରିଆରେ ମାଣ୍ଡିଆରୁ ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଚାଷୀ ଓ ମହିଳା ମାନେ ସମସ୍ତେ ଉପକୃତ ହେଉଛନ୍ତି ଓ ସେମାନଙ୍କ ରୋଜଗାର ବଢିଛି ବୋଲି ସେମାନେ କହିଥିଲେ । ଏହା ଆମକୁ ସଶକ୍ତ କରିଛି ବୋଲି ସେମାନେ କହିଥିଲେ ।
ମା’ ମାନେ ବହୁତ ଭଲ କାମ କରୁଛନ୍ତି ବୋଲି ମନ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଏ ଦିଗରେ ଆହୁରି ସକ୍ରିୟ ହୋଇ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ ।

Tags: