ଘରୋଇ ଆମ୍ବୁଲାନ୍ସରୁ ୧୫ ପେଟି କଫ ସିରପ ଜବତ ୩ ଅଟକ
ବଲାଙ୍ଗୀର: ନିଶା ବେପାରୀଙ୍କ ନୂଆ ଫଣ୍ଡା । ଆମ୍ବୁଲାନ୍ସ ରେ କରୁଥିଲେ ନିଷିଦ୍ଧ କଫ ସିରଫ ଚୋରା ଚାଲାଣ । ବଲାଙ୍ଗୀର ଟାଉନ ଥାନା ପୋଲିସ ଘରୋଇ ଆମ୍ବୁଲାନ୍ସ ଅଟକ ରଖିବା ସହିତ ଜବତ କରିଛି ଲକ୍ଷାଧିକ ଟଙ୍କାର କଫ୍ ସିରଫ । ୧୫ ଟି ପେଟିରେ ୧୮ ସହ ବୋତଲ କଫ ସିରଫ ଜବତ କରିବା ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଏକ […]
ବଲାଙ୍ଗୀର: ନିଶା ବେପାରୀଙ୍କ ନୂଆ ଫଣ୍ଡା । ଆମ୍ବୁଲାନ୍ସ ରେ କରୁଥିଲେ ନିଷିଦ୍ଧ କଫ ସିରଫ ଚୋରା ଚାଲାଣ । ବଲାଙ୍ଗୀର ଟାଉନ ଥାନା ପୋଲିସ ଘରୋଇ ଆମ୍ବୁଲାନ୍ସ ଅଟକ ରଖିବା ସହିତ ଜବତ କରିଛି ଲକ୍ଷାଧିକ ଟଙ୍କାର କଫ୍ ସିରଫ । ୧୫ ଟି ପେଟିରେ ୧୮ ସହ ବୋତଲ କଫ ସିରଫ ଜବତ କରିବା ସହ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଏକ ଫାର୍ମାସି କମ୍ପାନୀର ମେଡିସିନ ରିପ୍ରେଜେଣ୍ଟେଟିଭ ରାକେଶ ପ୍ରଧାନ ଏବଂ ତାର ୨ ସହଯୋଗୀ । ତେବେ ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ଏହି ଉପାୟରେ କଫ ସିରଫ ଚୋରା ଚାଲାଣ କରୁଥିବା ପୋଲିସ ଜାଣିବାକୁ ପାଇଛି ।
ସୂଚନାନୁସାରେ,ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ମେଣ୍ଡା ଗାଁର ରାକେଶ ଏମଆର ଭାବେ କାମ କରୁଥିବାବେଳେ ବଲାଙ୍ଗୀର ସହର ଶାସ୍ତ୍ରୀନଗର ହରିହର ମିଶ୍ର ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ । ଏ ଦୁଇଜଣ ମିଶି ନିର୍ଦ୍ଦିଷ୍ଟ ଏକ କମ୍ପାନୀର ନିର୍ଦ୍ଦିଷ୍ଟ କଫ ସିରଫ କୁ ଆମ୍ବୁଲାନ୍ସ ଦ୍ୱାରା ରାଜ୍ୟର ବିଭିନ୍ନ ଅଂଚଳକୁ ପଠାଉଥିଲେ । ବଲାଙ୍ଗୀର ପୋଲିସ ଆମ୍ବୁଲାନ୍ସ ସହିତ ପଶ୍ଚିମବଙ୍ଗ ନମ୍ବର ଥିବା ଗୋଟିଏ ଦାମୀ କାର ଓ ଗୋଟିଏ ସ୍କୁଟି ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ।




