ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡିକରେ ୧୪୦୪ ଅଧ୍ୟାପକ ପଦ ଖାଲି
ଭୁବନେଶ୍ଵର : ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଛି ୧୪୦୪ ଅଧ୍ୟାପକ ପଦ । ଏଥିମଧ୍ୟରୁ ୨୬୦ ପ୍ରାଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ, ୪୫୩ ଆସୋସିଏସ୍ ପ୍ରାଧ୍ୟାପକ, ୬୬୯ ସହକାରୀ ପ୍ରାଧ୍ୟାପକ ପଦ ଖାଲିପଡ଼ିଛି । ତେବେ ସବୁଠୁ ଅଧିକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡି ପଡିଛି । ଏହାପଛକୁ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛି । ସେହିପରି ୧୭ ବିଶ୍ୱବିଦ୍ୟାଳୟରେ ୨୨୮୬ ଅଣଶିକ୍ଷକ ପଦ ଖାଲି ପଡ଼ିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ […]
ଭୁବନେଶ୍ଵର : ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଛି ୧୪୦୪ ଅଧ୍ୟାପକ ପଦ । ଏଥିମଧ୍ୟରୁ ୨୬୦ ପ୍ରାଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ, ୪୫୩ ଆସୋସିଏସ୍ ପ୍ରାଧ୍ୟାପକ, ୬୬୯ ସହକାରୀ ପ୍ରାଧ୍ୟାପକ ପଦ ଖାଲିପଡ଼ିଛି । ତେବେ ସବୁଠୁ ଅଧିକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡି ପଡିଛି । ଏହାପଛକୁ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛି । ସେହିପରି ୧୭ ବିଶ୍ୱବିଦ୍ୟାଳୟରେ ୨୨୮୬ ଅଣଶିକ୍ଷକ ପଦ ଖାଲି ପଡ଼ିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ ପ୍ରଶ୍ନ କରିଥିଲେ । ରାଜ୍ୟରେ କେଉଁ ବର୍ଗର କେତେ ସଂଖ୍ୟକ ମଞ୍ଜୁରିପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ରହିଛି ଏବଂ ଏଥିରେ କେତେ ପଦବୀ ଖାଲି ପଡ଼ିଛି ତାର ରିପୋର୍ଟ ଦେବାକୁ ବିଧାୟକ ପ୍ରଶ୍ନ କରିଥିଲେ । ଆଉ ଏହି ପ୍ରଶ୍ନର ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ଯେଉଁଥିରୁ କି ଏହି ତଥ୍ୟା ସାମ୍ନାକୁ ଆସିଛି ।
ଅନ୍ୟପଟେ ରାଜ୍ୟରେ ୧୦୫ ଗୋଷ୍ଠୀ ଶିକ୍ଷା ଅଧିକାରୀ(BEO) ପଦବୀ ଖାଲିପଡ଼ିଛି । ଏନେଇ ଆଜି ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉତ୍ତର ଦେଇଛନ୍ତି। ମୟୂରଭଞ୍ଜରେ ସର୍ବାଧିକ ୯ଟି ପଦବୀ ଖାଲି ପଡିଥିବା କହିଛନ୍ତି ଇ ଏହାସହିତ ରାଜ୍ୟରେ ସ୍କୁଲ ଗୁଡିକରେ ଭିତ୍ତିଭୂମି ସୁଦୃଢ କରିବାକୁ ସୂଚନା ଦେଇଛନ୍ତି ।




