ରାତି ଅଧରେ ହଷ୍ଟେଲ ଛାଡିଲେ ୧୪ ଛାତ୍ର
ରାୟଗଡା :ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ରାତି ଅଧରେ ହଷ୍ଟେଲ ଛାଡିଲେ ୧୪ ଜଣ ସ୍କୁଲ ଛାତ୍ର I ହଷ୍ଟେଲର ବିଭିନ୍ନ ସମସ୍ୟାକୁ ନେଇ ରାତି ୩ ଟାରୁ ୧୫ କିମି ଚାଲିଚାଲି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ରାୟଗଡା ଜିଲ୍ଲା ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟ ଛାତ୍ରମାନେ । ଆଉ ଆଜି ସେକେଣ୍ଡ ସଟର ଡେ ଥିବାରୁ ଜିଲ୍ଲାପାଳଙ୍କ ସହିତ ଦେଖା ହୋଇପାରିନଥିଲା I ତେଣୁ ପିଲାମାନେ ସର୍କିଟ ହାଉସରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ […]
ରାୟଗଡା :ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବାକୁ ରାତି ଅଧରେ ହଷ୍ଟେଲ ଛାଡିଲେ ୧୪ ଜଣ ସ୍କୁଲ ଛାତ୍ର I ହଷ୍ଟେଲର ବିଭିନ୍ନ ସମସ୍ୟାକୁ ନେଇ ରାତି ୩ ଟାରୁ ୧୫ କିମି ଚାଲିଚାଲି ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ରାୟଗଡା ଜିଲ୍ଲା ବଡ଼ରାଇସିଙ୍ଗ ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟ ଛାତ୍ରମାନେ । ଆଉ ଆଜି ସେକେଣ୍ଡ ସଟର ଡେ ଥିବାରୁ ଜିଲ୍ଲାପାଳଙ୍କ ସହିତ ଦେଖା ହୋଇପାରିନଥିଲା I ତେଣୁ ପିଲାମାନେ ସର୍କିଟ ହାଉସରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ନିଜର ଅଭିଯୋଗ ବଖାଣିଛନ୍ତି ।
ରାୟଗଡା ବଡ଼ରାଇସିଙ୍ଗ,ଆଶ୍ରମ ସ୍କୁଲ ଅବାସିକ ବିଦ୍ୟାଳୟର ଏହି ୧୪ ଜଣ ଛାତ୍ର । ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଦୀର୍ଘଦିନ ହେବ ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ଖାଇବା ପିଇବାରେ ଅବହେଳା ସହିତ ଅଭଦ୍ର ଭାଷରେ ଗାଳି ଗୁଲଜ କରୁଥିବା ନେଇ ଛାତ୍ରମାନଙ୍କ ଅଭିଯୋଗ ରହିଛି I ହଷ୍ଟେଲରେ ୧୦୦ ଜଣ ବାଳକ ଏବଂ ୧୪୦ ଜଣ ବାଳିକା ରହି ପାଠ ପଢୁଛନ୍ତି । ତେବେ ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ,ଗତ କାଲି ରାତ୍ରି ଖାଦ୍ୟରେ ଚିକେନ୍ ଦେବାର ଥିଲା କିନ୍ତୁ ଅଣ୍ତା ଦେଲେ । ଚିକେନ୍ କାହିଁକି ଦେଲେନି ପଚାରିବାରୁ ପ୍ରଧାନ ଶିକ୍ଷକ ଗାଳିଗୁଲଜ କରିଥିଲେ । ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପ୍ରଧାନ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିନାହିଁ I ପ୍ରକୃତରେ ଘଟଣା କଣ ଅଭିଯୋଗର ତଦନ୍ତ ହେବ କହିଛନ୍ତି ଅତିରିକ୍ତ ଜନମଙ୍ଗଳ ଅଧିକାରୀ ।




