ଡ଼ଙ୍ଗା ଅଚଳ ହେବାରୁ ସମୁଦ୍ର ମଝିରେ ୧୪ ମତ୍ସ୍ୟଜୀବୀ
ପାରାଦୀପ : ସମୁଦ୍ର ମଝିରେ ଅଚଳ ହେଲା ମାଛଧରା ଡ଼ଙ୍ଗା । ଫସି ରହିଲେ ୧୪ ଜଣ ମତ୍ସ୍ୟଜୀବୀ । ଆଜି ସକାଳେ ପାରାଦୀପ ମହାନଦୀ ମୁହାଣରେଏହି ଘଟଣା ଘଟିଛି । ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ଏମାନେ ମଝି ସମୁଦ୍ରରେ ଭାସୁଛନ୍ତି । ସମସ୍ତଙ୍କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡ ଓ ମେରାଇନ୍ ପୋଲିସର ଉଦ୍ୟମ ଜାରି ରହିଛି । ସୂଚନା ଅନୁସାରେ ଧର୍ମଶାକା-୨ ଓ ଧର୍ମଶାଖା-୩ ନାମକ ଦୁଇଟି ବୋଟ୍ ମାଛ ଧରିବାକୁ ସମୁଦ୍ରକୁ […]
ପାରାଦୀପ : ସମୁଦ୍ର ମଝିରେ ଅଚଳ ହେଲା ମାଛଧରା ଡ଼ଙ୍ଗା । ଫସି ରହିଲେ ୧୪ ଜଣ ମତ୍ସ୍ୟଜୀବୀ । ଆଜି ସକାଳେ ପାରାଦୀପ ମହାନଦୀ ମୁହାଣରେଏହି ଘଟଣା ଘଟିଛି । ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ଏମାନେ ମଝି ସମୁଦ୍ରରେ ଭାସୁଛନ୍ତି । ସମସ୍ତଙ୍କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡ ଓ ମେରାଇନ୍ ପୋଲିସର ଉଦ୍ୟମ ଜାରି ରହିଛି ।
ସୂଚନା ଅନୁସାରେ ଧର୍ମଶାକା-୨ ଓ ଧର୍ମଶାଖା-୩ ନାମକ ଦୁଇଟି ବୋଟ୍ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲା । ମାଛ ଧରିବା ସମୟରେ ହଠାତ୍ ଧର୍ମଶାଖା-୨ ନାମକ ବୋଟ୍ଟି ଖରାପ ହୋଇଯାଇଥିଲା । ସୂଚନା ପାଇ ତୁରନ୍ତ ତାହାକୁ ଉଦ୍ଧାର କରିବାକୁ ଧର୍ମଶାଖା-୩ ନାମକ ବୋଟ୍ଟି ଟାଣି ଆଣୁଥିଲା । ଏହି ସମୟରେ ହଠାତ୍ ଧର୍ମଶାଖା-୩ ବୋଟ୍ର ରଶି ଛିଡିଯାଇଥିଲା । ଫଳରେ ମଝି ସମୁଦ୍ରରେ ୨ଟି ବୋଟରେ ଥିବା ୧୪ ଜଣ ମତ୍ସ୍ୟଜୀବୀ ଭାସୁଥିବା ଭାସୁଥିବାର ଦେଖାଯାଇଥିଲା । ଖବର ପାଇ ତୁରନ୍ତ ସେମାନଙ୍କୁ ଉଦ୍ଧାର ପାଇଁ ପାରାଦୀପ ପୋର୍ଟ, ମେରାଇନ ପୁଲିସ୍ ଓ କୋଷ୍ଟଗାର୍ଡ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଛି। ସୂଚନାନୁସାରେ, ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସମୁଦ୍ର ମୁହାଣରେ ବଡ଼ ବଡ଼ ଲହଡି ସବୁ ଢେଉ ଭାଙ୍ଗୁଥିବାରୁ ମତ୍ସ୍ୟଜୀବୀମାନେ ଫସି ରହିଛନ୍ତି । ଦୁଇଟି ଡଙ୍ଗାର ଇଞ୍ଜିନ୍ ଅଚଳ ହୋଇଯାଇଥିବାରୁ ଅସହାୟ ଅବସ୍ଥାରେ ଦୁଇଟି ଡଙ୍ଗା ଭାସୁଥିବା ଦେଖିବାକୁ ମିଳିଛି ।




