ନୂଆପଡା ଉପନିର୍ବାଚନ ପାଇଁ ୧୪ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ ନିୟୋଜିତ

ନୂଆପଡ଼ା: ନୂଆପଡା ଉପନିରବଚ ପାଇଁ ପୁରା ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନୂଆପଡା ଜିଲା ଛତିଶଗଡ଼ ସୀମନ୍ତକୁ ଲାଗିଥିବାରୁ ମାଓ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଓଡ଼ିଶା […]

ନୂଆପଡା ଉପନିର୍ବାଚନ ପାଇଁ ୧୪ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ ନିୟୋଜିତ
Samaya Live Picture
Published On

ନୂଆପଡ଼ା: ନୂଆପଡା ଉପନିରବଚ ପାଇଁ ପୁରା ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନୂଆପଡା ଜିଲା ଛତିଶଗଡ଼ ସୀମନ୍ତକୁ ଲାଗିଥିବାରୁ ମାଓ ସମସ୍ୟା ସୃଷ୍ଟି ହେବା ନେଇ ଆଶଙ୍କା ରହିଛି । ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଓଡ଼ିଶା ପୋଲିସ ସହିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF)ର ୧୪ କମ୍ପାନୀ ନିୟୋଜିତ ହୋଇଛନ୍ତି । କୋରାପୁଟ ରେଞ୍ଜ ଡିଆଇଜି ଛୁଟିରେ ଥିବାରୁ ହିମାଂଶୁ ଲାଲଙ୍କୁ ଦାୟିତ୍ଵ ଦିଆଯାଇଛି। ଅତିରିକ୍ତ ଡିଜିପି ରାଜେଶ କୁମାର ଉପନିର୍ବାଚନ ପାଇଁ ନୂଆପଡ଼ାର ସାମଗ୍ରିକ ଦାୟିତ୍ୱରେ ଅଛନ୍ତି।

ମାଓ ମୁକାବିଲା ପାଇଁ ସୁନାବେଡ଼ା ଜଙ୍ଗଲରେ ସ୍ୱତନ୍ତ୍ର ଯୋଜନା କରାଯାଇଛି। ଛତିଶଗଡ଼, କଳାହାଣ୍ଡି, ବଲାଙ୍ଗିର ଏବଂ ବରଗଡ଼ରେ ସୀମା ଯାଞ୍ଚ ପୋଷ୍ଟ ନିର୍ମାଣ କରାଯାଇଛି। ସେହିପରି ପୋଲିଂ ପାର୍ଟିକୁ ଡ୍ରପ୍ ଏବଂ ଲିଫ୍ଟ କରିବା ପାଇଁ ହେଲିକପ୍ଟର ବ୍ୟବହାର କରାଯିବ।

ଅତିରିକ୍ତ ଡିଜି ଆଇନ ଓ ଶୃଙ୍ଖଳା ସଞ୍ଜୟ କୁମାର କହିଛନ୍ତି ବୁଥ୍ ବ୍ୟବସ୍ଥାଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି । ନିର୍ବାଚନ ଅଧିକାରୀ ଓ ପୋଲିସ ମିଳିତ ସମୀକ୍ଷା କରି ଏପରି ବ୍ୟବସ୍ଥା କରାଯାଇଛି । ନୂଆପଡ଼ାରେ ମୋଟ ୩୫୮ଟି ବୁଥ୍ ରହିଛି । ସେଥିମଧ୍ୟରୁ ପ୍ରାୟ ୪୭ ଟି ବୁଥ୍ ସମ୍ବେଦନଶୀଳ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳ । ନୂଆପଡ଼ା ଉପ-ନିର୍ବାଚନ ନଭେମ୍ବର ୧୧ ରେ ହେବ ଓ ନିର୍ବାଚନ ଫଳାଫଳ ୧୪ ତାରିଖରେ ପ୍ରକାଶ ପାଇବ।

Tags: