ଭଡା ଘରୁ ୧୨୩୦ ବୋତଲ କଫ୍ ସିରପ ଜବତ,୨ ଗିରଫ
କେନ୍ଦୁଝର : ଭଡା ଘରୁ ଜବତ ହେଲା ୧୨୩୦ ବୋତଲ କଫ ସିରପ୍ I ଏହି ଘଟଣାରେ ୨ଜଣ ଗିରଫ ହୋଇଛନ୍ତି I କେନ୍ଦୁଝରଜିଲ୍ଲା ଯୋଡ଼ା ବସ୍ଷ୍ଟାଣ୍ଡ ପାଖ ଦୀପୁ ହଟିଂରେ ଥିବା ଏକ ଭଡ଼ା ଘରେ ଚଢ଼ାଉ କରିଛି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ। ଗିରଫ ଦୁଇ ଜଣ ହେଲେ ଭଡ଼ାଘର ମାଲିକ ପୁନୀ ସ୍ୱାଇଁ ଓ କଫ୍ ସିରପ ବେପାରୀ ମହମ୍ମଦ ଇସ୍ପାକ । ଜବତ କଫ୍ ସିରପ Winserex, Phensegrip, Onerex ହୋଇଥିବା […]
କେନ୍ଦୁଝର : ଭଡା ଘରୁ ଜବତ ହେଲା ୧୨୩୦ ବୋତଲ କଫ ସିରପ୍ I ଏହି ଘଟଣାରେ ୨ଜଣ ଗିରଫ ହୋଇଛନ୍ତି I କେନ୍ଦୁଝରଜିଲ୍ଲା ଯୋଡ଼ା ବସ୍ଷ୍ଟାଣ୍ଡ ପାଖ ଦୀପୁ ହଟିଂରେ ଥିବା ଏକ ଭଡ଼ା ଘରେ ଚଢ଼ାଉ କରିଛି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ।
ଗିରଫ ଦୁଇ ଜଣ ହେଲେ ଭଡ଼ାଘର ମାଲିକ ପୁନୀ ସ୍ୱାଇଁ ଓ କଫ୍ ସିରପ ବେପାରୀ ମହମ୍ମଦ ଇସ୍ପାକ । ଜବତ କଫ୍ ସିରପ Winserex, Phensegrip, Onerex ହୋଇଥିବା ସୂଚନା ରହିଛି।
ମହମ୍ମଦ ଇସ୍ପାକ ଝାଡ଼ଖଣ୍ଡରୁ କଫ୍ ସିରପ ଚୋରାରେ ଆଣି ଯୋଡ଼ା ଅଞ୍ଚଳର ଏକ ଭଡ଼ା ଘରେ ବେପାର କରୁଥିଲା। ଏନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜଢ଼ାଉ କରି ୧୨୩୦ ବୋତଲ କଫ୍ ସିରପ ଜବତ କରିବା ସହିତ ମହମ୍ମଦ ଇସ୍ପାକ କୁ ଅଟକ ରଖି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ପଚରାଉଚରା କରୁଛି କେନ୍ଦୁଝର ପୋଲିସ I




