ରେଳ ୱାଗନରୁ ୧୨ ଅଫୁଟା ବୋମା ଜବତ

ବଲାଙ୍ଗୀର: ରେଳ ୱାଗନରୁ ବୋମା ଉଦ୍ଧାର । ଯାଞ୍ଚବେଳେ ବଲାଙ୍ଗୀର କଣ୍ଟାବାଞ୍ଜି ରେଳ ୱାଗନରୁ୍ ୧୨ଟି ଅଫୁଟା ବୋମା ଜବତ କରିଛନ୍ତି ରେଳବାଇ ପୋଲିସ । ପ୍ରତିଦିନ ଆସୁଥିବା ରେଳ ୱାଗନ୍ ଯାଞ୍ଚ ହୁଏ । ଏହିକ୍ରମରେ ରେଳବାଇ ବିଭାଗ ରେଳ ୱାଗନ୍ କଣ୍ଟାବାଞ୍ଜି ରେଳ ଷ୍ଟେସ୍‌ନକୁ ଆସିଥିଲା । ଏଥିରେ ଏକ ରେଳ ଡବାରେ ୧୨ଟି ବୋମା ଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ । ଜବତ ବୋମା ସଇଁତଳା ଗୋଳାବାରୁଦ କାରଖାନାର ହୋଇଥିବା ଜଣାପଡ଼ିଛି । […]

ରେଳ ୱାଗନରୁ ୧୨ ଅଫୁଟା ବୋମା ଜବତ
Samaya Live Picture
Published On

ବଲାଙ୍ଗୀର: ରେଳ ୱାଗନରୁ ବୋମା ଉଦ୍ଧାର । ଯାଞ୍ଚବେଳେ ବଲାଙ୍ଗୀର କଣ୍ଟାବାଞ୍ଜି ରେଳ ୱାଗନରୁ୍ ୧୨ଟି ଅଫୁଟା ବୋମା ଜବତ କରିଛନ୍ତି ରେଳବାଇ ପୋଲିସ । ପ୍ରତିଦିନ ଆସୁଥିବା ରେଳ ୱାଗନ୍ ଯାଞ୍ଚ ହୁଏ । ଏହିକ୍ରମରେ ରେଳବାଇ ବିଭାଗ ରେଳ ୱାଗନ୍ କଣ୍ଟାବାଞ୍ଜି ରେଳ ଷ୍ଟେସ୍‌ନକୁ ଆସିଥିଲା । ଏଥିରେ ଏକ ରେଳ ଡବାରେ ୧୨ଟି ବୋମା ଥିବା ଅଧିକାରୀମାନେ ଦେଖିବାକୁ ପାଇଥିଲେ । ଜବତ ବୋମା ସଇଁତଳା ଗୋଳାବାରୁଦ କାରଖାନାର ହୋଇଥିବା ଜଣାପଡ଼ିଛି । ସଇଁତଳା ଗୋଳାବାରୁଦ କାରଖାନାକୁ ବୋମା ଫେରାଇ ଦିଆଯାଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ରେଳ ୱାଗନକୁ କିଭଳି ବୋମା ଆଣିଲା ଏବଂ କିଏ ବୋମା ଆଣିଥିଲା ତାହାର କାରଣ ଅସ୍ପଷ୍ଟ ରହିଛି । ଏଥିରେ କାହା ସମ୍ପୃକ୍ତି ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ । ଏ ନେଇ କୌଣସି ଅଭିଯୋଗ ହୋଇନାହିଁ । ତେବେ ଏହାକୁ ଜବତ କରି ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାନୁସାରେ, ଏହି ବୋମା ୧୫୫ ଏମ୍‌ଏ୍‌ମ ୧୨ଟି ବୋମା ଥିଲା। ଏହି ବୋମା ବୋଫର୍ସ ତୋପ(ଟ୍ୟାଙ୍କ) ଯାହା ଭାରତୀୟ ସେନା ବ୍ୟବହାର କରନ୍ତି। ତେବେ ଏଭଲି ଜୀବନ୍ତ ବୋମା ସୁରକ୍ଷା ବିହୀନ ଅବସ୍ଥାରେ ରେଳ ୱାଗନ୍ ଡବାକୁ ଆସିଲା କେମିତି ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ବେ ଏଭଲି ଟ୍ରେନର ୱାଗନରେ ଜୀବନ୍ତ ବୋମା ଜବତ ହେବା ଘଟଣା ଅଞ୍ଚଳବାସୀ ସହଜରେ ଗ୍ରହଣ କରୁ ନ ଥିବାବେଳେ ବଡ ଦୁର୍ଘଟଣାରୁ ବଞ୍ଚିଯାଇଥିବା କହିଛନ୍ତି।

Tags: