ଆଜି ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ : ଜିଲ୍ଲା ମାନ୍ୟତା ପାଇଁ ଦାବି
ଟିଟିଲାଗଡ଼ : ଜିଲ୍ଲା ଦାବିରେ ଆଜି ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ l ଅନେକ ଦିନ ପରେ ପୁଣି ଟିଟିଲାଗଡ ଜିଲ୍ଲା ମାନ୍ୟତା ଦାବିରେ ମୁଣ୍ଡ ଟେକିଛି l ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯନ୍ତ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି। ସୂଚାନୁଯାୟୀ, ଜିଲ୍ଲା ମାନ୍ୟତା ଦାବି ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି l ସକାଳ ୬ ଟାରୁ ସନ୍ଧ୍ୟା ୬ଟା […]
ଟିଟିଲାଗଡ଼ : ଜିଲ୍ଲା ଦାବିରେ ଆଜି ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ l ଅନେକ ଦିନ ପରେ ପୁଣି ଟିଟିଲାଗଡ ଜିଲ୍ଲା ମାନ୍ୟତା ଦାବିରେ ମୁଣ୍ଡ ଟେକିଛି l ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯନ୍ତ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ନେଇଛି।
ସୂଚାନୁଯାୟୀ, ଜିଲ୍ଲା ମାନ୍ୟତା ଦାବି ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି l ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯନ୍ତ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲା କ୍ରିୟାନୁଷ୍ଠାନ କମି କମିଟି ନିଷ୍ପତ୍ତି ନେଇଛି । କେବଳ ଜରୁରୀକାଳୀନ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ସ୍କୁଲ, ବ୍ୟାଙ୍କ, ପେଟ୍ରୋଲ ପମ୍ପ, ଦୋକାନ ବଜାର, ବସ ଓ ସମସ୍ତ ଯାନବାହାନ ବନ୍ଦ ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ସଭାପତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେପଟେ ଆନ୍ଦୋଳନ କାରିମାନେ କଚେରୀ ଛକ ନିକଟରେ ଟାୟାର ଜାଳି ୫୯ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି I




