ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ
ସୁନ୍ଦରଗଡ଼: ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ । ୯୦ ଜଣ ଝିଅଙ୍କୁ ଚାକିରି ନାଁରେ ତାମିଲନାଡୁକୁ ନେଇ ଶୋଷଣ କରିବା ଘଟଣାରେ ପ୍ରତିବାଦ କରି ବନ୍ଦ ଡାକରା ଦିଆଯାଇଛି । କୋଶଳ ସମାଜ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାରେ ବନ୍ଦର ଆଂଶିକ ପ୍ରଭାବ ପଡିଛି। ଆଦିବାସୀ ଝିଅଙ୍କୁ ଚାକିରି ନାଁରେ ତାମିଲନାଡୁକୁ ନେଇ ଶୋଷଣ କରିବା ଘଟଣାରେ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଏହି ବନ୍ଦ […]
ସୁନ୍ଦରଗଡ଼: ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ । ୯୦ ଜଣ ଝିଅଙ୍କୁ ଚାକିରି ନାଁରେ ତାମିଲନାଡୁକୁ ନେଇ ଶୋଷଣ କରିବା ଘଟଣାରେ ପ୍ରତିବାଦ କରି ବନ୍ଦ ଡାକରା ଦିଆଯାଇଛି । କୋଶଳ ସମାଜ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲାରେ ବନ୍ଦର ଆଂଶିକ ପ୍ରଭାବ ପଡିଛି। ଆଦିବାସୀ ଝିଅଙ୍କୁ ଚାକିରି ନାଁରେ ତାମିଲନାଡୁକୁ ନେଇ ଶୋଷଣ କରିବା ଘଟଣାରେ ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳୁ ସକାଳୁ ପତ୍ରାପାଲି ଛକରେ ଆନ୍ଦୋଳନକାରୀମାନେ ପିକେଟିଂ କରିଥିବା ଦେଖିବାକୁ ମିଳିଛି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡିମୋଟର ଅଟକି ରହିଛି ।
ସ୍କୁଲ, କଲେଜ, ସରକାରୀ ଅଫିସ ସହ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯିବ। ବନ୍ଦ ଡାକରା ନେଇ କୋଶଳ ସମାଜ ମହାସଚିବ ଦିଲ୍ଲୀପ ପଣ୍ଡା ସୂଚନା ଦେଇଛନ୍ତି।




