ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ

କୋରାପୁଟ: ଜୋର ଧରିଲା ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି । କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ବାନକ୍ରମେ ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ ପାଳନ କରାଯାଉଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ରେ ସକାଳ ୬ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସକାଳୁ ସକାଳୁ ପରିଲକ୍ଷିତ ହେଉଛି। କୋରାପୁଟରେ ଦୋକାନବଜାର ଯାନବାହାନ ଚଳାଚଳ ବନ୍ଦ ରହିଛି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା […]

Samaya Live Picture
Published On

କୋରାପୁଟ: ଜୋର ଧରିଲା ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି । କୋରାପୁଟ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆହ୍ବାନକ୍ରମେ ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ ପାଳନ କରାଯାଉଛି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ରେ ସକାଳ ୬ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ସକାଳୁ ସକାଳୁ ପରିଲକ୍ଷିତ ହେଉଛି। କୋରାପୁଟରେ ଦୋକାନବଜାର ଯାନବାହାନ ଚଳାଚଳ ବନ୍ଦ ରହିଛି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ବନ୍ଦ ଡାକରା ଦେଇଥିବା ବେଳେ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି ।

ସୂଚନାଯୋଗ୍ୟ, ଶିକ୍ଷକ ନିଯୁକ୍ତି ଜିଲ୍ଲାଭିତ୍ତିକ କରାଯାଉ। ଅନ୍ତତଃ ଏହି ଡି ଗ୍ରେଡ ପଦବୀକୁ ଜିଲ୍ଲାଭିତ୍ତିକ କରାଯାଉ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବି କରାଯାଇଛି । ଏନେଇ ୪ ତାରିଖରେ ୧୨ ଘଣ୍ଟିଆ ଅଖଚକ, ଦୋକାନବଜାର, ସରକାରୀ କାର୍ଯ୍ୟାଳୟ, ସ୍କୁଲ ଓ କଲେଜ ବନ୍ଦ କରାଯାଇ ଧାରଣା ଦିଆଯିବ ବୋଲି ସ୍ଥାନୀୟ ନିଶାଣୀମୁଣ୍ଡା ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା ।

ବାହାର ଜିଲ୍ଲାର ପ୍ରାର୍ଥୀ ଆସି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶିକ୍ଷା ଓ ସ୍ବାସ୍ଥ୍ୟ ବିଭାଗରେ ପାଉଥିବା ବେଳେ ସୁବିଧା ଦେଖି ପରବର୍ତ୍ତୀ ମୁହୁର୍ତ୍ତରେ ସେମାନେ ନିଜ ଜିଲ୍ଲାକୁ ଚାଲି ଯାଉଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲାରେ ସ୍ଥାନୀୟ ନିଯୁକ୍ତି ନଦେଲା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛି ମିଳିତ କ୍ରିୟାନୁଷ୍ଠାନ କମିଟି।

Tags: