ମହିଳା ସରକାରୀ କର୍ମଚାରୀଙ୍କୁ ୧୨ ଦିନର ଅତିରିକ୍ତ ଛୁଟି
ଭୁବନେଶ୍ୱର : ମହିଳା ସରକାରୀ କର୍ମଚାରୀଙ୍କ ଅତିରିକ୍ତ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଅର୍ଥ ବିଭାଗ । ମାସିକ ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇପାରିବେ ମହିଳା କର୍ମଚାରୀ । ଗୋଟିଏ ମାସର ଗୋଟିଏ ଦିନ ହିସାବରେ ବର୍ଷକୁ ୧୨ ଟି ଛୁଟି ନେଇ ପାରିବେ । ୫୫ ବର୍ଷ ବୟସ ପୂରଣ ପର୍ଯ୍ୟନ୍ତ ଏହି ଛୁଟି ପାଇପାରିବେ । ତେବେ ଗୋଟିଏ ମାସର […]
ଭୁବନେଶ୍ୱର : ମହିଳା ସରକାରୀ କର୍ମଚାରୀଙ୍କ ଅତିରିକ୍ତ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ଅର୍ଥ ବିଭାଗ । ମାସିକ ଋତୁସ୍ରାବ ପାଇଁ ବାର୍ଷିକ ୧୨ ଦିନର ଅତିରିକ୍ତ ଛୁଟି ନେଇପାରିବେ ମହିଳା କର୍ମଚାରୀ । ଗୋଟିଏ ମାସର ଗୋଟିଏ ଦିନ ହିସାବରେ ବର୍ଷକୁ ୧୨ ଟି ଛୁଟି ନେଇ ପାରିବେ । ୫୫ ବର୍ଷ ବୟସ ପୂରଣ ପର୍ଯ୍ୟନ୍ତ ଏହି ଛୁଟି ପାଇପାରିବେ । ତେବେ ଗୋଟିଏ ମାସର ଛୁଟି ଉକ୍ତ ମାସ ଭିତରେ ନେବାକୁ ପଡ଼ିବ । ଅଣ ଉପଲବ୍ଧ ଛୁଟି ପରବର୍ତ୍ତୀ ମାସକୁ ଯାଇ ପାରିବ ନାହିଁ ।
Tags:




