କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

ଭୁବନେଶ୍ବର : ପୁଣି ନିଲମ୍ବିତ ହେଲେ କଂଗ୍ରେସ ସଦସ୍ୟ I ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ବାଚସ୍ପତି ସୁରମା ପାଢୀ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ଗୃହକୁ ଅଚଳ କରୁଥିବାରୁ ଏହି ୧୨ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିନ କରାଯାଇଛି। କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସରକାରୀ ଦଳ ମୁଖ୍ୟ […]

Samaya Live Picture
Published On

ଭୁବନେଶ୍ବର : ପୁଣି ନିଲମ୍ବିତ ହେଲେ କଂଗ୍ରେସ ସଦସ୍ୟ I ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ବାଚସ୍ପତି ସୁରମା ପାଢୀ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି । ଗୃହକୁ ଅଚଳ କରୁଥିବାରୁ ଏହି ୧୨ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିନ କରାଯାଇଛି।

କଂଗ୍ରେସ ବିଧାୟକ ଗୃହ ଚଳାଇ ଦେଉନଥିବା ଅଭିଯୋଗ କରିବା ସହ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବ ଆଧାରରେ ବାଚସ୍ପତି ସୁରମା ପାଢୀ ୭ ଦିନ ପାଇଁ କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବିନ କରିଛନ୍ତି। ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ଛାଡି କଂଗ୍ରେସର ବାକି ସମସ୍ତ ବିଧାୟକ ନିଲମ୍ବିତ ହୋଇଛନ୍ତି।

ବିଧାନସଭାରୁ ନିଲମ୍ବିତ ହୋଇଥିବା ୧୨ ବିଧାୟକଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସିଏସ୍‌ ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ,ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ବାମ, ନୀଳମାଧବ ହିକକା ଏବଂ ସୋଫିଆ ଫିର୍ଦ୍ଦୋସ ରହିଛନ୍ତି। ପୂର୍ବରୁ କଂଗ୍ରେସ ନେତା ତାରା ବାହିନୀଙ୍କୁ ୭ ଦିନ ପାଇଁ ବାଚସ୍ପତି ବିଧାନସଭାରୁ ନିଲମ୍ବନ କରିଥିଲେ ।

କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ପରେ ବିଧାନସଭାକୁ ୧୦ ମିନିଟ ପର୍ଯ୍ୟନ୍ତ ମୁଲବତି ଘୋଷଣା କରାଯାଇଛି ।

Tags: