ବିଷାକ୍ତ ଫଳଖାଇ ୧୨ ଶିଶୁ ଗୁରୁତର
ମାଲକାନଗିରି : ବିଷାକ୍ତ ଫଳ ଖାଇ ଅସୁସ୍ଥ ହେଲେ ୧୨ ଶିଶୁ I ଗତକାଲି ଘର ଅଗଣାରେ ଖେଳୁଥିବାବେଳେ କୌଣସି ଏକ ଜଙ୍ଗଲୀ ଫଳ ଖାଇଦେଥିଲେ I ଏହାପରେ ଜଣେପରେ ଜଣେ ଶିଶୁ ଅସୁସ୍ଥ ହୋଇପଡିବା ପରେ ସେମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଶିଶୁଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି I ଘଟଣା ଘଟିଛି ମାଲକାନଗିରି ବ୍ଲକ ଝରାପାଲି ପଞ୍ଚାୟତ ତେଲିମେଟା ଗାଁରେ। ସମସ୍ତ ଶିଶୁଙ୍କୁ ମାଲକାନଗିରି ଜିଲ୍ଲା […]
ମାଲକାନଗିରି : ବିଷାକ୍ତ ଫଳ ଖାଇ ଅସୁସ୍ଥ ହେଲେ ୧୨ ଶିଶୁ I ଗତକାଲି ଘର ଅଗଣାରେ ଖେଳୁଥିବାବେଳେ କୌଣସି ଏକ ଜଙ୍ଗଲୀ ଫଳ ଖାଇଦେଥିଲେ I ଏହାପରେ ଜଣେପରେ ଜଣେ ଶିଶୁ ଅସୁସ୍ଥ ହୋଇପଡିବା ପରେ ସେମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅସୁସ୍ଥ ଶିଶୁଙ୍କ ମଧ୍ୟରେ ୭ ଜଣ ଝିଅ ଓ ୫ ଜଣ ପୁଅ ଅଛନ୍ତି I ଘଟଣା ଘଟିଛି ମାଲକାନଗିରି ବ୍ଲକ ଝରାପାଲି ପଞ୍ଚାୟତ ତେଲିମେଟା ଗାଁରେ। ସମସ୍ତ ଶିଶୁଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି I ଗତକାଲି ସନ୍ଧ୍ୟାରେ ଗ୍ରାମର ପିଲାମାନେ ଖେଳୁଥିବା ସମୟରେ ଜଙ୍ଗଲୀ ଜଡ଼ା ଫଳ ଖାଇଦେଇଥିଲେ । କିଛି ସମୟ ପରେ ହଠାତ ଗୋଟିଏ ପରେ ଗୋଟିଏ ଛୁଆଙ୍କୁ ବାନ୍ତି,ଝାଡା ହେଇଥିଲା । ପରବର୍ତ୍ତୀ ସମୟରେ ରାତିରେ ପରିବାର ଲୋକେ ପଚରା ଉଚୁରା କରିବା ପରେ ଉକ୍ତ ଫଳ ଖାଇଥିବା ଜାଣି ପାରିଲେ ଏବଂ ୧୦୮ ଅମୁବାଲାନ୍ସକୁ ଡାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆନିଥିଲେ । ଏବଂ ଡାକ୍ତର ସିକିତ୍ସା ଜାରି ରଖିଛନ୍ତି । ବର୍ତ୍ତମାନ ଶିଶୁଙ୍କ ସ୍ୱାସ୍ଥ୍ୟ ସ୍ଥିର ରାହିଥିବା ଡାକ୍ତର କହିଛନ୍ତି I




