ଜେଲରୁ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ
ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ମହାଦୁର୍ନୀତି ଘଟଣା । ଜେଲରୁ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ। ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇ ଏମାନେ ବ୍ରହ୍ମପୁର ଜେଲରେ ଥିଲେ। ଗତକାଲି ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ କୋର୍ଟରୁ ମିଳିଥିଲା ଜାମିନ । ଜାମିନ ମିଳିବା ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି ପରୀକ୍ଷାର୍ଥୀ । ତେବେ ୯ ଜଣଙ୍କୁ ଜାମିନ୍ ମିଳିନଥିବାରୁ ସେମାନେ ଜେଲରେ ଅଛନ୍ତି। ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଶଙ୍କର […]
ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ମହାଦୁର୍ନୀତି ଘଟଣା । ଜେଲରୁ ମୁକୁଳିଲେ ୧୧୪ ପରୀକ୍ଷାର୍ଥୀ। ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇ ଏମାନେ ବ୍ରହ୍ମପୁର ଜେଲରେ ଥିଲେ। ଗତକାଲି ୫୦ ହଜାର ଟଙ୍କା ଏବଂ ୨ ଜାମିନଦାରଙ୍କ ବଦଳରେ କୋର୍ଟରୁ ମିଳିଥିଲା ଜାମିନ । ଜାମିନ ମିଳିବା ପରେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି ପରୀକ୍ଷାର୍ଥୀ । ତେବେ ୯ ଜଣଙ୍କୁ ଜାମିନ୍ ମିଳିନଥିବାରୁ ସେମାନେ ଜେଲରେ ଅଛନ୍ତି। ଏହି ଘଟଣାରେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବେବି ଫେରାର୍ ଅଛି।
ଏହି ସମୟରେ ଗଣମାଧ୍ୟମକୁ ଆଶାୟୀଙ୍କ ପାରିବାର ପ୍ରତିକ୍ରିୟା ଦେଇ କହିଛନ୍ତି କି, ଆମେ ପିଲାଙ୍କ ସହ ରହିଛୁ। ଆମ ପିଲା କୌଣସି ଅପରାଧ ନକରି ମଧ୍ୟ ମାସେ ଜେଲରେ ରହିଲେ। ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି। ଆମର ନ୍ୟାୟାଳୟ ଉପରେ ବିଶ୍ୱାସ ରହିଛି । ଏହାକୁ ଚ୍ୟାଲେଞ୍ଜ କରି ଆଗାମୀ ଦିନରେ ହାଇକୋର୍ଟ ଯିବୁ। ଆମକୁ ନ୍ୟାୟ ମିଳିବ। ନିଯୁକ୍ତି କେଳେଙ୍କାରୀ ଘଟଣାରେ ୧୧୪ ପରୀକ୍ଷାର୍ଥୀଙ୍କ ସମେତ ୩ ଦଲାଲଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ। ଭୁବନେଶ୍ଵରରୁ ୩ଟି ବସ ଯୋଗେ ବିଜୟୱାଡା ଯିବାବେଳେ ଶ୍ରୀକାକୁଲମରୁ ଧରିଥିଲା ପୋଲିସ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।
ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ଏଯାଏଁ ମାମଲା ସିବିଆଇକୁ ହସ୍ତାନ୍ତର ହୋଇନଥିବାରୁ ପରବର୍ତ୍ତୀ ତଦନ୍ତ ଉପରେ ସମସ୍ତଙ୍କର ନଜର ରହିଛି।




