ରାଜ୍ୟରେ ଖୋଲିବ ୧୧ଟି ସ୍ବତନ୍ତ୍ର ଅବକାରୀ ଅଦାଲତ
ଭୁବନେଶ୍ୱର :ରାଜ୍ୟରେ କାର୍ଯ୍ୟକାରୀ ହେବ ଆଉ ୧୧ଟି ସ୍ବତନ୍ତ୍ର ଅବକାରୀ କୋର୍ଟ I ଏ ନେଇ ନିର୍ଦେଶ ଦେଇଛି ଗୃହ ବିଭାଗ । ଓଡ଼ିଶା ଅବକାରୀ ଆଇନ ବଳରେ ରୁଜୁ ମାମଲାର ତଦନ୍ତ ଏହି ସ୍ବତନ୍ତ୍ର କୋର୍ଟ କରିବାକୁ ଯାଉଛି। ଯାହାଫଳରେ ତ୍ବରିତ ଶୁଣାଣି ହେବ I ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା(ନଂ ୩୫୭୮)ରେ ସମ୍ବଲପୁର, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଓ ବାଲେଶ୍ବର ଜିଲ୍ଲାରେ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ, ଗଜପତି […]
ଭୁବନେଶ୍ୱର :ରାଜ୍ୟରେ କାର୍ଯ୍ୟକାରୀ ହେବ ଆଉ ୧୧ଟି ସ୍ବତନ୍ତ୍ର ଅବକାରୀ କୋର୍ଟ I ଏ ନେଇ ନିର୍ଦେଶ ଦେଇଛି ଗୃହ ବିଭାଗ । ଓଡ଼ିଶା ଅବକାରୀ ଆଇନ ବଳରେ ରୁଜୁ ମାମଲାର ତଦନ୍ତ ଏହି ସ୍ବତନ୍ତ୍ର କୋର୍ଟ କରିବାକୁ ଯାଉଛି। ଯାହାଫଳରେ ତ୍ବରିତ ଶୁଣାଣି ହେବ I
ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା(ନଂ ୩୫୭୮)ରେ ସମ୍ବଲପୁର, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଓ ବାଲେଶ୍ବର ଜିଲ୍ଲାରେ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ କୋର୍ଟ, ଗଜପତି ପାରାଳାଖେମୁଣ୍ଡି, ଢେଙ୍କାନାଳ, କନ୍ଧମାଳ ଜିଲ୍ଲା ଫୁଲବାଣୀ, ଜଗତସିଂହପୁର ଜିଲ୍ଲା, କନ୍ଧମାଳ ଜିଲ୍ଲା ଭବାନୀପାଟଣା, ଯାଜପୁରରେ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ କୋର୍ଟ, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ସିନିୟର ସିଭିଲ୍ ଜଜ ତଥା ଅତିରିକ୍ତ ଦୌରା ଜଜ କୋର୍ଟ ଖୋଲିବାକୁ ଗୃହ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା(ନଂ ୩୫୭୮) ଜାରି କରାଯାଇଛି।
୧୯୧୫ରୁ ଲାଗୁ ହୋଇଥିବା ବିହାର ଓ ଓଡ଼ିଶା ଅବକାରୀ ଆଇନରେ ଜାମିନ୍ ବ୍ୟବସ୍ଥା ଥିଲା। ଲୋକ ଅଦାଲତରେ ଏହି ମାମଲାର ବିଚାର କରାଯାଉଥିଲା। କିନ୍ତୁ ୨୦୦୬ରେ କ୍ୟାବିନେଟ୍ ନିଷ୍ପତ୍ତି ପରେ ଓଡ଼ିଶା ଅବକାରୀ ଆଇନରେ ସଂଶୋଧନ ହୋଇଥିଲା। ଦଫାଗୁଡ଼ିକ ଜାମିନ ବିହୀନ କରାଯାଇଥିଲା। ହେଲେ ମାମଲା ରୁଜୁ ସଂଖ୍ୟା ବୃଦ୍ଧି ପାଇଥିଲେ ହେଁ ସ୍ବତନ୍ତ୍ର କୋର୍ଟ ନଥିବାରୁ ତ୍ବରିତ ଶୁଣାଣି ହୋଇପାରୁନଥିଲା। ନିଶା ମାଫିଆ ନିର୍ଦ୍ଦୋଷରେ ଖଲାସ ହୋଇଯାଉଥିଲେ।
ଜଣେ ବରିଷ୍ଠ ଅବକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ବିଳମ୍ବରେ ମାମଲାର ଶୁଣାଣି ଆରମ୍ଭ ହେଉଥିବାରୁ ସାକ୍ଷୀ ପ୍ରଭାବିତ ହେଉଛନ୍ତି। ୨୦୧୨ ଫେବ୍ରୁଆରି ୬ରୁ ୯ ତାରିଖ ଭିତରେ କଟକ ସଦର ବ୍ଲକର ବଡ଼ ଝରିଲୋ, ଓଲଟପୁର, ତୁହାଲ ପଡ଼ା, ବ୍ରାହ୍ମଣ ଝରିଲୋ ଓ ଖୋର୍ଧା ବାଲିଅନ୍ତା ବ୍ଲକର ରାମଚନ୍ଦ୍ରପୁର, ପରିବାସୁଦେବପୁର,ବିଂଝାରପୁର, ଗୋପାଳଗଡ଼ରେ ଇଟା ଭାଟିରେ କାମ କରୁଥିବା ୪୧ ଶ୍ରମିକ ମିଥାଇଲ୍ ଆଲକହଲ୍(ଶିଳ୍ପ କାମରେ ବ୍ୟବହାର ହୁଏ) ମିଶ୍ରିତ ବିଷାକ୍ତ ପିଇ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ କରିଥିବା ଜଷ୍ଟିସ ଏ.ଏସ ନାଇଡ଼ୁ ୨୦୧୩ ଏପ୍ରିଲ ୬ରେ ଦାଖଲ କରିଥିବା ରିପୋର୍ଟରେ ଅବକାରୀ ବିଭାଗର ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର କୋର୍ଟ ଖୋଲିବାକୁ ସୁପାରିସ କରିଥିଲେ। କିନ୍ତୁ ଏହି ସୁପାରିସ ୧୦ ବର୍ଷ ଭିତରେ କାର୍ଯ୍ୟକାରୀ ହୋଇପାରିନଥିଲା। ୨୦୧୭, ଏପ୍ରିଲ ୧ ତାରିଖରେ ଲାଗୁ ହୋଇଥିବା ନୂଆ ଅବକାରୀ ଆଇନରେ ବି ସ୍ବତନ୍ତ୍ର କୋର୍ଟ ସମ୍ପର୍କରେ ଦର୍ଶାଯାଇଥିଲା।




