ମଝି ଆକାଶରେ ଏୟାର ଇଣ୍ଡିଆ ବିମାନର ୧୧ ଯାତ୍ରୀ ଅସୁସ୍ଥ
ମୁମ୍ବାଇ : ପୁଣି ଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ଆଉ ଏକ ସମସ୍ୟା । ବିମାନ ଯାତ୍ରା ବେଳେ ମଝି ଆକାଶରେ ଅସୁସ୍ଥ ହୋଇପଡିଲେ ଯାତ୍ରୀ । ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନରେ ୬ ଜଣ କୃ ମେମ୍ୱରଙ୍କ ସହିତ ୧୧ ଜଣ ଯାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ମୁଣ୍ଡ ବୁଲାଇବା ସହ ବିମାନ ଭିତରେ ବାନ୍ତି କରିଥିଲେ କିଛି ଯାତ୍ରୀ । ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ସମସ୍ତଙ୍କୁ ମେଡିକାଲ ରୁମକୁ ନିଆଯାଇଥିଲା, […]
ମୁମ୍ବାଇ : ପୁଣି ଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ଆଉ ଏକ ସମସ୍ୟା । ବିମାନ ଯାତ୍ରା ବେଳେ ମଝି ଆକାଶରେ ଅସୁସ୍ଥ ହୋଇପଡିଲେ ଯାତ୍ରୀ । ଲଣ୍ଡନରୁ ମୁମ୍ବାଇ ଆସୁଥିବା ବିମାନରେ ୬ ଜଣ କୃ ମେମ୍ୱରଙ୍କ ସହିତ ୧୧ ଜଣ ଯାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ମୁଣ୍ଡ ବୁଲାଇବା ସହ ବିମାନ ଭିତରେ ବାନ୍ତି କରିଥିଲେ କିଛି ଯାତ୍ରୀ । ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିବା ପରେ ସମସ୍ତଙ୍କୁ ମେଡିକାଲ ରୁମକୁ ନିଆଯାଇଥିଲା, ଯାହା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିଲା। ତେବେ ଫୁଡ ପଏଜନିଙ୍ଗ ପାଇଁ ଏମାନେ ଅସୁସ୍ଥ ହୋଇଥିବା ଆଶଙ୍କା କରାଯାଉଛି ।
ସୂଚନାନୁସାରେ,ଏୟାର ଇଣ୍ଡିଆର ବିମାନ ୧୩୦ ଲଣ୍ଡନର ହିଥ୍ରୋ ବିମାନବନ୍ଦରରୁ ମୁମ୍ବାଇ ଆସୁଥିଲା। ଉଡ଼ାଣ ସମୟରେ ୫ ଜଣ ଯାତ୍ରୀ ଏବଂ ୨ ଜଣ କୃ ସଦସ୍ୟଙ୍କ ଅବସ୍ଥା ଖରାପ ହୋଇଯାଇଥିଲା। ସମସ୍ତେ ହଠାତ ମୁଣ୍ଡ ବୁଲାଇବା ଏବଂ ବାନ୍ତି ଅନୁଭବ କରିବା ଆରମ୍ଭ କରିଥିଲେ। ଏମାନଙ୍କୁ ପ୍ରଥମେ ମେଡିକାଲ ରୁମକୁ ନିଆଯାଇଥିଲା । ଏହାପରେ ଅନ୍ୟମାନେ ଅସୁସ୍ଥ ହୋଇପଡ଼ିଲେ ।
ବିମାନ ଚଳାଚଳ କମ୍ପାନୀ କହିଛି ଯେ, ବିମାନ ସୁରକ୍ଷିତ ଭାବେ ମୁମ୍ବାଇରେ ଅବତରଣ କରିଛି । ଏହାପରେ ଏୟାର ଇଣ୍ଡିଆର ମେଡିକାଲ ଟିମ ସଙ୍ଗେ ସଙ୍ଗେ ଚିକିତ୍ସା ସହାୟତା ପ୍ରଦାନ କରିବା ଲାଗି ପ୍ରସ୍ତୁତ ଥିଲା । ଏହି ଘଟଣା ବିଷୟରେ ଏୟାର ଇଣ୍ଡିଆ ବିମାନ ସୁରକ୍ଷା ନିୟାମକ, ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳକୁ ରିପୋର୍ଟ କରିଛି ।




