ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୧୧ ଅସୁସ୍ଥ
ହାଟଡିହି : ଖାଦ୍ୟରେ ବିଷକ୍ରିୟା I ଗୋଟିଏ ପରିବାରରେ ୧୧ ଜଣ ଅସୁସ୍ଥ I ଘଟଣ ଘଟିଛି ଆନନ୍ଦପୁର ନନ୍ଦିପଦା ଥାନା ଅମୃତପୁର ଗାଁରେ I ଗତ ରାତିରେ ଚିକେନ ଭାତ ଖାଇ ଗୋଟିଏ ପରିବାରର ୧୧ ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଓ ୫ ଜଣ ବୟସ୍କ ରହିଛନ୍ତି । ସୂଚନାନୁଯାୟୀ , ଗତକାଲି ରାତିରେ ହାଟଡିହି ବ୍ଲକ […]
ହାଟଡିହି : ଖାଦ୍ୟରେ ବିଷକ୍ରିୟା I ଗୋଟିଏ ପରିବାରରେ ୧୧ ଜଣ ଅସୁସ୍ଥ I ଘଟଣ ଘଟିଛି ଆନନ୍ଦପୁର ନନ୍ଦିପଦା ଥାନା ଅମୃତପୁର ଗାଁରେ I ଗତ ରାତିରେ ଚିକେନ ଭାତ ଖାଇ ଗୋଟିଏ ପରିବାରର ୧୧ ଜଣ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣ ଛୋଟ ପିଲା ଓ ୫ ଜଣ ବୟସ୍କ ରହିଛନ୍ତି ।
ସୂଚନାନୁଯାୟୀ , ଗତକାଲି ରାତିରେ ହାଟଡିହି ବ୍ଲକ ଅମୃତପୁର ଗାଁର ଗୋପୀନାଥ ଦାସଙ୍କ ପରିବାରର ୧୧ ଜଣ ସଦସ୍ୟ ଭାତ ସହ ଚିକେନ ତରକାରୀ ରାନ୍ଧି ଖାଇବା ପରେ ହଠାତ୍ ସେମାନଙ୍କର ବାନ୍ତି ହୋଇଥିଲା । ଏହାପରେ ଜଣକ ପରେ ଜଣେ ଅସୁସ୍ଥ ହୋଇ ପଡିବାରୁ ପ୍ରଥମେ ସେମାନଙ୍କୁ ଶାଳଣିଆ ଡାକ୍ତରଖାନା ଓ ପରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ଚିକିତ୍ସା ପରେ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବାସୂଚନା ମିଳିଛି I




