ଦଶମ ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା,AI ରେ କଏଦ ହେଲା ଚିତ୍ର

କଟକ : ଚଳିତ ମାସ ୨୦ ତାରିଖଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହି ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ କେନ୍ଦ୍ର ଗୁଡିକରେ AI କ୍ୟାମେରା ନିୟୋଜିତ କରାଯାଇଛି । ଏଇ ଚାଳିତ କ୍ୟାମେରା ମାଧ୍ୟମରେ ପରୀକ୍ଷାର ପ୍ରଥମ ଦିନରେ ୮ ଟି କେନ୍ଦ୍ରର ଅବ୍ୟବସ୍ଥା ଚିହ୍ନଟ ହୋଇଛି I ୮ଟି କେନ୍ଦ୍ର ମଧ୍ୟରୁ କଟକର ୪ ଟି କେନ୍ଦ୍ର ଚିହ୍ନଟ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି I AI ଚିତ୍ରରୁ […]

Samaya Live Picture
Published On

କଟକ : ଚଳିତ ମାସ ୨୦ ତାରିଖଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହି ବର୍ଷଠାରୁ ମାଟ୍ରିକ ପରୀକ୍ଷାର ସୁପରିଚାଳନା ପାଇଁ କେନ୍ଦ୍ର ଗୁଡିକରେ AI କ୍ୟାମେରା ନିୟୋଜିତ କରାଯାଇଛି । ଏଇ ଚାଳିତ କ୍ୟାମେରା ମାଧ୍ୟମରେ ପରୀକ୍ଷାର ପ୍ରଥମ ଦିନରେ ୮ ଟି କେନ୍ଦ୍ରର ଅବ୍ୟବସ୍ଥା ଚିହ୍ନଟ ହୋଇଛି I ୮ଟି କେନ୍ଦ୍ର ମଧ୍ୟରୁ କଟକର ୪ ଟି କେନ୍ଦ୍ର ଚିହ୍ନଟ ହୋଇଥିବା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି I AI ଚିତ୍ରରୁ ପରୀକ୍ଷାର୍ଥୀମାନେ ପରୀକ୍ଷା ସମୟରେ ପରସ୍ପର ସହ କଥା ହେବା ସହିତ ପରୀକ୍ଷା ଗୃହର ଝରକା ପାଖରେ ଲୋକମାନେ ଛିଡ଼ା ହେବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । କଟକ ବ୍ୟତୀତ କଳାହାଣ୍ଡି,ଢେଙ୍କାନାଳ,ପୁରୀ,ନୟାଗଡ଼ ସମେତ ଆଉ ୪ ଟି କେନ୍ଦ୍ରରେ ଅବ୍ୟବସ୍ଥା ହୋଇଥିବା AI ଠାବ କରିଛି I

Tags: