ସ୍ଵାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର,ଓଡିଶାରୁ ୨ ଜଣଙ୍କୁ ରଷ୍ଟ୍ରପତି ପଦକ

ଭୁବନେଶ୍ୱର : ସ୍ଵାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ୍ ଡିଫେନ୍ସ ଏବଂ ସୁଧାର ସେବାର ୧୦୯୦ କର୍ମୀଙ୍କୁ ଗାଲାଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯିବ । ଏମାନଙ୍କ ମଧ୍ୟରେ ପୋଲିସ, ଅଗ୍ନିଶମ, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସ କ୍ଷେତ୍ରରେ ଗାଲାଣ୍ଟ୍ରି ଏବଂ ସର୍ଭିସ୍ ମେଡାଲ ପ୍ରଦାନ କରାଯିବ । ୨୩୩ ଜଣଙ୍କୁ ଗାଲାଣ୍ଟ୍ରି, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ […]

ସ୍ଵାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର,ଓଡିଶାରୁ ୨ ଜଣଙ୍କୁ ରଷ୍ଟ୍ରପତି ପଦକ
Samaya Live Picture
Published On

ଭୁବନେଶ୍ୱର : ସ୍ଵାଧୀନତା ଦିବସ ଅବସରରେ ୧୦୯୦ ଜଣଙ୍କୁ ମିଳିବ ବୀରତ୍ଵ ପୁରସ୍କାର। ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ୍ ଡିଫେନ୍ସ ଏବଂ ସୁଧାର ସେବାର ୧୦୯୦ କର୍ମୀଙ୍କୁ ଗାଲାଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯିବ । ଏମାନଙ୍କ ମଧ୍ୟରେ ପୋଲିସ, ଅଗ୍ନିଶମ, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସ କ୍ଷେତ୍ରରେ ଗାଲାଣ୍ଟ୍ରି ଏବଂ ସର୍ଭିସ୍ ମେଡାଲ ପ୍ରଦାନ କରାଯିବ । ୨୩୩ ଜଣଙ୍କୁ ଗାଲାଣ୍ଟ୍ରି, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ ମେରିଟୋରିଅସ ସର୍ଭିସ ମେଡାଲ ପ୍ରଦାନ କରାଯିବ । ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶାର ଏଏସପି ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ରାଷ୍ଟ୍ରପତି ପଦକ ମିଳିବ।

ଏହାବ୍ୟତୀତ ଓଡିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ। ଏସଆଇ ଅମରେଶ ନରେନ୍ଦ୍ର, କନେଷ୍ଟବଳ ଜିତେନ୍ଦ୍ର ନାୟକ, ଓଏପିଏଫ୍ ଅର୍ଜ୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ଵିନୀ ବାଗ, କମାଣ୍ଡୋ ଡମ୍ଵରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ, ଅଭିମନ୍ୟୁ ମାଝୀଙ୍କୁ ସାହସିକତା ପଦକ ମିଳିବ। ଓଡ଼ିଶାରୁ ୧୧ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ। ଏଆଇଜି ମହେଶ୍ଵର ସେଠୀ, ଏଏସପି ପ୍ରଦୀପ ପ୍ରଧାନ, ଦେବେନ୍ଦ୍ର ଦାସ, ଡିଏସପି ଆଶିଷ ରାଉତ, ଇନ୍ସପେକ୍ଟର ଶ୍ରୀନିବାସ ଦୋରା, ଡିଏସପି ହେମାମାଳିନୀ ନାୟକ, କମାଣ୍ଡାଣ୍ଟ ସୂର୍ଯ୍ୟ ନାରାୟଣ ମଲ୍ଲିକ, ଇନ୍ସପେକ୍ଟର ସନ୍ତୋଷ ମିର୍ଦ୍ଧା, ଏଏସଆଇ ଅରୁଣ ସାମନ୍ତ, ଅରବିନ୍ଦ ଦାସ, କନେଷ୍ଟବଳ ଚିନ୍ମୟୀ ରାଉତଙ୍କୁ ପଦକ ମିଳିବ।

Tags: