ରେଳ ବଜେଟରେ ଓଡିଶା ପାଇଁ ୧୦ ହଜାର ୫୯୯ କୋଟି

ଭୁବନେଶ୍ୱର : ରେଳ ବଜେଟ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟ୍ । ବଜେଟରେ ଓଡିଶାକୁ ୧୦ ହଜାର ୫୯୯ କୋଟି ମଞ୍ଜୁର ମିଳିଛି । ଗତ ୧୦ ବର୍ଷ ଭିତରେ ଓଡିଶାରେ ୨ ହଜାର ୪୬ କିଲୋମିଟର ରେଲଓ୍ବେ ଟ୍ରାକ ତିଆରି ହୋଇଛି । ଓଡ଼ିଶାରେ ନବ ନିର୍ମିତ ଟ୍ରାକ୍‌ ମାଲେସିଆରେ ଥିବା ଟ୍ରାକ୍‌ଠୁ ଅଧିକ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍‌ ଚାଲୁଛି । ଏହାସହ ୭୮ ହଜାର କୋଟିର […]

ରେଳ ବଜେଟରେ ଓଡିଶା ପାଇଁ ୧୦ ହଜାର ୫୯୯ କୋଟି
Samaya Live Picture
Published On

ଭୁବନେଶ୍ୱର : ରେଳ ବଜେଟ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟ୍ । ବଜେଟରେ ଓଡିଶାକୁ ୧୦ ହଜାର ୫୯୯ କୋଟି ମଞ୍ଜୁର ମିଳିଛି । ଗତ ୧୦ ବର୍ଷ ଭିତରେ ଓଡିଶାରେ ୨ ହଜାର ୪୬ କିଲୋମିଟର ରେଲଓ୍ବେ ଟ୍ରାକ ତିଆରି ହୋଇଛି । ଓଡ଼ିଶାରେ ନବ ନିର୍ମିତ ଟ୍ରାକ୍‌ ମାଲେସିଆରେ ଥିବା ଟ୍ରାକ୍‌ଠୁ ଅଧିକ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୬ଟି ବନ୍ଦେ ଭାରତ ଟ୍ରେନ୍‌ ଚାଲୁଛି । ଏହାସହ ୭୮ ହଜାର କୋଟିର ପ୍ରକଳ୍ପ ନିର୍ମାଣ ଚାଲିଛି । ରାଜ୍ୟରେ ୧୯୦୦ କିମି ଟ୍ରାକ୍‌ରେ କବଚ ଲାଗିବା କାମ ସରିଛି । ଆସନ୍ତା ୬ ବର୍ଷରେ ସାରା ଦେଶରେ କବଚ ଲାଗିବା କାମ ସରିବ । ୫୯ଟି ରେଳ ଷ୍ଟେସନର ନବୀକରଣ ହେଉଛି । ଆଗକୁ ଅଧିକ ଟ୍ରେନ ଓଡିଶାରେ ଗଡିବ । କୋଲକାତା-ଭଦ୍ରକ କାମ ଜୋରସୋର ଚାଲିଛି । କୋଲକାତା -ଚେନ୍ନାଇ ୪ ଲେନ କାମ ଶୀଘ୍ର ସରିବ ବୋଲି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Tags: