୧୦୨ ଧକ୍କାରେ ଜଣେ ମୃତ ଜଣେ ଗୁରୁତର
ସମୟ ଲାଇଭ,୧୮/୨: ମଙ୍ଗଳବାର ଜନନୀ ସୁରକ୍ଷା ଆମ୍ବୁଲାନ୍ସ ଧକ୍କାରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କୋଳଥିରା ଗ୍ରାମର ସିନ୍ଧୁ ମହାନ୍ତି ମୃତ୍ୟୁ ବରଣ କରିଥିବା ବେଳେ ସେହି ଗ୍ରାମର ପ୍ରଶାନ୍ତ ରାଉତ ଗୁରୁତର ଆହାତ ହେଇଛନ୍ତି। ତେବେ ଦୁର୍ଘଟଣାଗ୍ରସ୍ତଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଏହି ଘଟଣା ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ସକାଳ ପ୍ରାୟ 11ଟା ସମୟରେ ପଟାମୁଣ୍ଡାଇ ଥାନା କୋଳଥିରା ଗ୍ରାମର ସିନ୍ଧୁ ମହାନ୍ତି ଓ ତାଙ୍କ ପୁତୁରା […]
ସମୟ ଲାଇଭ,୧୮/୨: ମଙ୍ଗଳବାର ଜନନୀ ସୁରକ୍ଷା ଆମ୍ବୁଲାନ୍ସ ଧକ୍କାରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କୋଳଥିରା ଗ୍ରାମର ସିନ୍ଧୁ ମହାନ୍ତି ମୃତ୍ୟୁ ବରଣ କରିଥିବା ବେଳେ ସେହି ଗ୍ରାମର ପ୍ରଶାନ୍ତ ରାଉତ ଗୁରୁତର ଆହାତ ହେଇଛନ୍ତି। ତେବେ ଦୁର୍ଘଟଣାଗ୍ରସ୍ତଙ୍କୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଏହି ଘଟଣା ନେଇ ମେଡ଼ିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ସକାଳ ପ୍ରାୟ 11ଟା ସମୟରେ ପଟାମୁଣ୍ଡାଇ ଥାନା କୋଳଥିରା ଗ୍ରାମର ସିନ୍ଧୁ ମହାନ୍ତି ଓ ତାଙ୍କ ପୁତୁରା ପ୍ରଶାନ୍ତ ରାଉତ ଗୋଗୁଆ ବଜାରରୁ ସାମଗ୍ରୀ କିଣି ଏକ ବାଇକ ସାହାଯ୍ୟ ରେ ଯାଉଥିବା ବେଳେ ପଟ୍ଟାମୁଣ୍ଡାଇ ମେଡ଼ିକାଲରୁ କେନ୍ଦ୍ରାପଡାକୁ ଦ୍ରୁତ ବେଗରେ ଆସୁଥିବା ଆମ୍ବୁଲାନ୍ସ ବାଇକକୁ ଧକ୍କା ଦେଇ ଚମ୍ଫଟ ମାରିଥିଲା ତେବେ ଗୁରୁତର ଙ୍କୁ ଗୋଗୁଆ ବଜାର ବ୍ୟବସାୟ ମାନେ ଉଦ୍ଦାର କରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।ପ୍ରାର୍ଥମିକ ଚିକିତ୍ସା ପରେ ଡାକ୍ତର ଶିନ୍ଧୁ ମହାନ୍ତି ଙ୍କୁ ମୃତ ଘୋଷଣା କରିଥିଲେ।ଏବଂ ଗୁରୁତର ପ୍ରଶାନ୍ତ ଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।ଏହି ଘଟଣା ସମ୍ପର୍କରେ ପ୍ରତକ୍ଷ ଦର୍ଶୀ କୁହନ୍ତି 102 ଆମ୍ବୁଲାନ୍ସ ହେଲପର ମଦ୍ୟପାନ କରିଥିବା ଅଭିଯୋଗ କରିଛନ୍ତି।
Tags:




