ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର- ରାଜ୍ୟରେ ଥିବା ଚାକିରି ଆଶାୟୀଙ୍କ ପାଇଁ ବଡ ଖବର । ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ହଜାର ପଦବୀ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ଗୁରୁବାର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏକ ନୂଆ ସେବା ଶୁଭାରମ୍ଭ ହୋଇଛି। ଟୁଇନ ସିଟିରେ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ ପୋଲିସ। ଜରୁରୀ ସେବା ପ୍ରଦାନକୁ ତ୍ୱରାନ୍ବିତ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି। ଏହି ଅବସରରେ ଗୃହରକ୍ଷୀ […]
ଭୁବନେଶ୍ୱର- ରାଜ୍ୟରେ ଥିବା ଚାକିରି ଆଶାୟୀଙ୍କ ପାଇଁ ବଡ ଖବର । ଖୁବଶୀଘ୍ର ଗୃହ ବିଭାଗରେ ପୂରଣ ହେବ ୧୦ହଜାର ପଦବୀ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ଘୋଷଣା କରିଛନ୍ତି। ଗୁରୁବାର କମିଶନରେଟ ପୋଲିସ କାର୍ଯ୍ୟାଳୟରେ ଏକ ନୂଆ ସେବା ଶୁଭାରମ୍ଭ ହୋଇଛି। ଟୁଇନ ସିଟିରେ ପ୍ରାଥମିକ ଚିକିତ୍ସା, ଆମ୍ବୁଲାନ୍ସ ଓ ଫାୟାର ସେବା ଯୋଗାଇବ ପୋଲିସ। ଜରୁରୀ ସେବା ପ୍ରଦାନକୁ ତ୍ୱରାନ୍ବିତ କରିବା ପାଇଁ ଏହି ଯୋଜନା ଆରମ୍ଭ ହୋଇଛି।
ଏହି ଅବସରରେ ଗୃହରକ୍ଷୀ ପଦବୀ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କେବଳ ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ ହେବ । ଗୃହରକ୍ଷୀ ନିଯୁକ୍ତି କଟକଣାକୁ ସରକାର ହଟାଇ ଦେଇଛନ୍ତି। ରାଜ୍ୟରେ ୨୪୧୬ ଗୃହରକ୍ଷୀ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ମୋଟ ୫ ହଜାର ପଦବୀ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯିବ । ତେବେ ଏଥିରେ କିଛି ଖାଲି ପଦବୀ ହୋଇଥିବା ବେଳେ କିଛି ନୂଆ ପଦବୀ ରହିବ । ସେହିପରି ୫ ହଜାର ଗୃହରକ୍ଷୀ ପଦବୀ ପୂରଣ ହେବ । ଏହି ପଦବୀ ଆଗରୁ ୨,୪୧୬ ରହିଥିଲା । ଏହାକୁ ମାଝୀ ସରକାର ୫ ହଜାରକୁ ବୃଦ୍ଧି କରିବାକୁ ଯାଉଛନ୍ତି । ଏଥିସହ ଗୃହରକ୍ଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ସେମାନଙ୍କ ସହାୟତା ରାଶିକୁ ସରକାର ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହି ପଦବୀ ଗୁଡିକୁ ତୁରନ୍ତ ହିଁ ପୂରଣ କରିବାକୁ ମୋହନ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କାର୍ଯ୍ୟକାରୀ ହେଲେ ଖୁବ ଶୀଘ୍ର ରାଜ୍ୟର ବହୁ ବେକାର ଯୁବକ, ଯୁବତୀଙ୍କୁ ରାଜ୍ୟରେ ହିଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି ମିଳିବ ।




