ଖାଦ୍ୟ ଯୋଜନାରେ ସାମିଲ ପ୍ରତ୍ୟକ ପରିବାରକୁ ମିଳିବ ୧ ହଜାର ଟଙ୍କା
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା I ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା I ଏହା ସହିତ ୨ ଟି ଲେଖାଏଁ ଝୋଟ ତିଆରି ବ୍ୟାଗ I ପ୍ରତି ପରିବାର ପିଛା ମିଳିବ ଏହି ଟଙ୍କା । ଏହି ଶୁଭାରମ୍ଭ ମଙ୍ଗବାର ଦିନ ଆରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ଏହି ଯୋଜନାରେ ସୁଫଳ ପାଇପାରିବେ । ରାଜ୍ୟର ବିକାଶ ପାଇଁ ଚିନ୍ତା କରୁଥିବା […]
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା I ପ୍ରତି ପରିବାରକୁ ମିଳିବ ୧ ହଜାର ଟଙ୍କା I ଏହା ସହିତ ୨ ଟି ଲେଖାଏଁ ଝୋଟ ତିଆରି ବ୍ୟାଗ I ପ୍ରତି ପରିବାର ପିଛା ମିଳିବ ଏହି ଟଙ୍କା । ଏହି ଶୁଭାରମ୍ଭ ମଙ୍ଗବାର ଦିନ ଆରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ଏହି ଯୋଜନାରେ ସୁଫଳ ପାଇପାରିବେ । ରାଜ୍ୟର ବିକାଶ ପାଇଁ ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏ ହେଉଛି ଆଉ ଏକ ପ୍ରୟାସ ।
ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ମିଳିବ । ଏହି ସବୁ ପରିବାରକୁ ୨ଟି ଝୋଟ ତିଆରି ବ୍ୟାଗ ମଧ୍ୟ ପ୍ରଦାନ କରାଯିବ । ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ବଡ଼ ପଦକ୍ଷେପ ନେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଘୋଷଣା ଗରିବ ଲୋକଙ୍କୁ ଅନେକ ସାହାଯ୍ୟ କରିବ ।
ନିର୍ବାଚନ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା । ତେବେ ଏହି ଯୋଜନାରେ ୯୬ ଲକ୍ଷ ପରିବାରକୁ ଏକ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ବାବଦକୁ ୯୫୯ କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ମୁଖ୍ୟମନ୍ତ୍ରୀ । ସେହିପରି ୨ଟି ଲେଖାଏଁ ଝୋଟ ବ୍ୟାଗ ବାବଦକୁ ଖର୍ଚ୍ଚ ହେବ ୨୭୮ କୋଟି ୬୯ ଲକ୍ଷ ଟଙ୍କା ।




