‘କଟକ’ରେ ଚାଲିବ ୧୦୦ଟି ଇ-ବସ୍‌‌

କଟକ :କଟକ ସହରରେ ଚାଲିବ ୧୦୦ଟି ଇ-ବସ୍‌‌ I କଟକ ସହର ପାଇଁ ୧୦୦ଟି ଇ-ବସ୍‌‌ ରାଜ୍ୟ ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।କ୍ରୁଟ୍‌‌ ପକ୍ଷରୁ ଖୋଲିବାକୁ ଯାଉଛି ନୂଆ ଓଡି ଟର୍ମିନାଲI ସିଡିଏ ସେକ୍ଟର-୧୦ସ୍ଥିତ ବିଜୁ ପଟ୍ଟନାୟକ ପାର୍କ, ସିଏନ୍‌‌ବିଟି ପରିସର ଏବଂ ଜଗତପୁରଠାରେ ପ୍ରଥମ ପର୍ଯ୍ୟାୟରେ ୩ଟି ଓଡି ଟର୍ମିନାଲ୍‌‌ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩ଟି ଟର୍ମିନାଲ୍‌‌ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟର୍ମିନାଲ୍‌‌ରେ ଇ-ବସ୍‌‌ ପରିଚାଳନା କରାଯିବ। ମୁଖ୍ୟତଃ ଏଠାରେ ଚାର୍ଜିଂ ପଏଣ୍ଟ୍‌‌, […]

Samaya Live Picture
Published On

କଟକ :କଟକ ସହରରେ ଚାଲିବ ୧୦୦ଟି ଇ-ବସ୍‌‌ I କଟକ ସହର ପାଇଁ ୧୦୦ଟି ଇ-ବସ୍‌‌ ରାଜ୍ୟ ସରକାର ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।କ୍ରୁଟ୍‌‌ ପକ୍ଷରୁ ଖୋଲିବାକୁ ଯାଉଛି ନୂଆ ଓଡି ଟର୍ମିନାଲI ସିଡିଏ ସେକ୍ଟର-୧୦ସ୍ଥିତ ବିଜୁ ପଟ୍ଟନାୟକ ପାର୍କ, ସିଏନ୍‌‌ବିଟି ପରିସର ଏବଂ ଜଗତପୁରଠାରେ ପ୍ରଥମ ପର୍ଯ୍ୟାୟରେ ୩ଟି ଓଡି ଟର୍ମିନାଲ୍‌‌ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩ଟି ଟର୍ମିନାଲ୍‌‌ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଟର୍ମିନାଲ୍‌‌ରେ ଇ-ବସ୍‌‌ ପରିଚାଳନା କରାଯିବ। ମୁଖ୍ୟତଃ ଏଠାରେ ଚାର୍ଜିଂ ପଏଣ୍ଟ୍‌‌, ବସ୍‌‌ରେ ଯିବାଆସିବା ନିମନ୍ତେ ମାସିକ ପାସ୍‌‌ ବ୍ୟବସ୍ଥା, ସ୍ମାର୍ଟ ପାସ୍‌‌ ଇସ୍ୟୁ କରାଯିବ। ଡ୍ରାଇଭର, କଣ୍ଡକ୍ଟର ଓ ଅନ୍ୟାନ୍ୟ କର୍ମଚାରୀମାନେ ରହିବା ନିମନ୍ତେ ବ୍ୟବସ୍ଥା ହେବ।

ଏଥିପାଇଁ ଜାଗା ଚିହ୍ନଟ କରି ସାରିଛି। କେବଳ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା ପରେ ଏହାକୁ କାର୍ଯ୍ୟକ୍ଷମ କରାଯିବ। ସ୍ୱତନ୍ତ୍ର ଭାବେ ସିଏନ୍‌‌ବିଟି ମଧ୍ୟରେ ସିଏମ୍‌‌ଏସ୍‌‌(କ୍ୟାସ୍‌‌ ମେକାନିଜମ୍‌‌ ସିଷ୍ଟମ୍‌‌) କରାଯାଉଛି। ସିଡିଏ ଓ ସିଏମ୍‌‌ସି କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଡିସେମ୍ବର ଶେଷ ସପ୍ତାହ ବେଳକୁ ଏହି ସିଏମ୍‌‌ଏସ୍‌‌ ବ୍ୟବସ୍ଥା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ। କଟକ ସହରରେ ଇ-ବସ୍‌‌ ଚଳାଚଳ କରିବା ଫଳରେ ସାଧାରଣ ଯାତ୍ରୀମାନେ ଉପକୃତ ହେବେ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରିଆତି ମୂଲ୍ୟରେ ଟିକଟ୍‌‌ ଯୋଗାଇ ଦିଆଯିବ ବୋଲି କ୍ରୁଟ୍‌‌ର ଅପରେସନ୍‌‌ ମୁଖ୍ୟ ସଞ୍ଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।

Tags: