୧୦ ବର୍ଷ ସମ୍ପର୍କର ପୂର୍ଣ୍ଣଚ୍ଛେଦ,ଅନୁଭବ-ବର୍ଷା ବିବାହ ବିଚ୍ଛେଦ !
ଭୁବନେଶ୍ୱର : ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ! ଏନେଇ ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ‘X’ରେ ସୂଚନା ଦେଇଛନ୍ତି I ବିବାହର ଦଶ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କର ଛାଡ଼ପତ୍ର ହୋଇଛି I ଆଜିକୁ ଠିକ ୧୦ ବର୍ଷ ପୂର୍ବେ ଉଭୟଙ୍କର ବିବାହ ହୋଇଥିଲା I ତେବେ ବିବାହକୁ ୧୦ ବର୍ଷ ପୁର୍ତ୍ତିର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଛାଡ଼ପତ୍ର ନିର୍ଦେଶନାମା ମିଳିଥିବା […]
ଭୁବନେଶ୍ୱର : ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ! ଏନେଇ ଓଲିଉଡ଼ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନିଜ ‘X’ରେ ସୂଚନା ଦେଇଛନ୍ତି I ବିବାହର ଦଶ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କର ଛାଡ଼ପତ୍ର ହୋଇଛି I ଆଜିକୁ ଠିକ ୧୦ ବର୍ଷ ପୂର୍ବେ ଉଭୟଙ୍କର ବିବାହ ହୋଇଥିଲା I ତେବେ ବିବାହକୁ ୧୦ ବର୍ଷ ପୁର୍ତ୍ତିର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଛାଡ଼ପତ୍ର ନିର୍ଦେଶନାମା ମିଳିଥିବା ନେଇ’X’ରେ ଉଲ୍ଲେଖ କରିଛନ୍ତି ସାଂସଦ I ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଠାରୁ ଛାଡପତ୍ର ପାଇଁ କୋର୍ଟଙ୍କ ମଂଜୁରୀ ମିଳିଛି । ଏନେଇ ଟ୍ୱିଟର ରେ ନିଜ ସମର୍ଥକ ଓ ଫ୍ୟାନ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଅନୁଭବ I ଏହା ସହିତ ବର୍ଷାଙ୍କ ସୁଖମୟ ଜୀବନ କାମନା କରିବା ସହିତ’ହାପି ରୋଜ ଡେ’ର ଶୁଭେଚ୍ଛା ଜଣାଇଥିଲେ I
ସେ ‘X’ ରେ ଲେଖିଛନ୍ତି ଯେ, ଗତ ୧୦ ବର୍ଷ ଧରି ମୁଁ ମିଛ ବିବାହ ବନ୍ଧନରେ ଥିଲି। ହୃଦୟହୀନ ସମ୍ପର୍କ ଏବଂ କଷ୍ଟଦାୟକ ବର୍ଷ ଏସବୁ ଥିଲା। ଏବେ ଖୁସି ପାଇଁ ପ୍ରାର୍ଥନା କରନ୍ତୁ ବୋଲି ଅନୁଭବ’X’ରେ ଲେଖିଛନ୍ତି। ଏହି ଲଢେଇରେ ଯେଉଁମାନେ ତାଙ୍କ ସହ ଏବଂ ତାଙ୍କ ପରିବାର ସହ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଅନୁଭବ । ମିଛ ବିବାହର ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଛି । ତଥାପି ବର୍ଷାଙ୍କ ଖୁସି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ୧୦ ବର୍ଷ ବିବାହ ବାର୍ଷିକୀ ପୂର୍ବରୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିଥିବାରୁ ସେ ସୋସିଆଲ ମିଡିଆରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।




