ବିଷାକ୍ତ ଛତୁ ଖାଇ ୧୦ ଗୁରୁତର

ଖଡ଼ିଆଳ : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କିରିକିଟା ଗାଁରେ ଅଘଟଣ I ଚାଷ ଜମିରେ ଫୁଟି ଥିବା ଛତୁ ଖାଇ ଗୋଟିଏ ପରିବାରର ୧୦ ଜଣ ଗୁରୁତର ହୋଇଛନ୍ତି I ଗତକାଲି ରାତିରେ ବିଲରେ ଫୁଟିଥିବା ଛତୁ ଆଣି ଘରେ ତରକାରୀ ରାନ୍ଧି ଖାଇଥିଲେ I ଏହାପରେ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଖଡ଼ିଆଳ ହସ୍ପିଟାଲରେ ଭର୍ତି ହୋଇଛନ୍ତି I ତେବେ ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥାରେ କୌଣସି ଉନ୍ନତି ନାସିବାରୁ […]

Samaya Live Picture
Published On

ଖଡ଼ିଆଳ : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କିରିକିଟା ଗାଁରେ ଅଘଟଣ I ଚାଷ ଜମିରେ ଫୁଟି ଥିବା ଛତୁ ଖାଇ ଗୋଟିଏ ପରିବାରର ୧୦ ଜଣ ଗୁରୁତର ହୋଇଛନ୍ତି I ଗତକାଲି ରାତିରେ ବିଲରେ ଫୁଟିଥିବା ଛତୁ ଆଣି ଘରେ ତରକାରୀ ରାନ୍ଧି ଖାଇଥିଲେ I ଏହାପରେ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଖଡ଼ିଆଳ ହସ୍ପିଟାଲରେ ଭର୍ତି ହୋଇଛନ୍ତି I ତେବେ ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥାରେ କୌଣସି ଉନ୍ନତି ନାସିବାରୁ ସେମାନଙ୍କୁ ନୂଆପଡା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି I ଏହି ଘଟଣାରେ ନୂଆପଡା ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଅନୁଧ୍ୟାନ କରୁଛି I

Tags: