ଅତ୍ୟଧିକ ଗରମ ଗୁଳୁଗୁଳି ଯୋଗୁଁ ୧୦ ସ୍କୁଲ ପିଲା ଅସୁସ୍ଥ
ବାସୁଦେବପୁର/କେନ୍ଦ୍ରାପଡା : ବ୍ରାହ୍ମଣଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୄହରେ ଅଧ୍ୟୟନରତ ତିନି ଜଣ ଛାତ୍ର ଓ ଜଣେ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଶ୍ରେଣୀ ଗୄହରେ ଛାତ୍ରଛାତ୍ରୀଙ୍କ ଛାତି ଓ ମୁଣ୍ଡରେ ଯନ୍ତ୍ରଣା ହେବାରୁ ପିଲାମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ଏମାନେ ହେଲେ ଅଷ୍ଟମ ଶ୍ରେଣୀର ରାହୁଲ ସାହୁ, ଓମପ୍ରକାଶ ପାଣିଗ୍ରାହୀ, ଉର୍ବାଶା ପାଣାଗ୍ରାହୀ ଓ ନବମ ଶ୍ରେଣୀରେ ଶାହରୁଖ ଖାନ । ଅନ୍ୟପଟେ ଆଜି କେନ୍ଦ୍ରାପଡା ଟାଇମ୍ସ ଗୁରୁକୁଳରେ ପଢ଼ୁଥିବା ୮ […]
ବାସୁଦେବପୁର/କେନ୍ଦ୍ରାପଡା : ବ୍ରାହ୍ମଣଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୄହରେ ଅଧ୍ୟୟନରତ ତିନି ଜଣ ଛାତ୍ର ଓ ଜଣେ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଶ୍ରେଣୀ ଗୄହରେ ଛାତ୍ରଛାତ୍ରୀଙ୍କ ଛାତି ଓ ମୁଣ୍ଡରେ ଯନ୍ତ୍ରଣା ହେବାରୁ ପିଲାମାନଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ଏମାନେ ହେଲେ ଅଷ୍ଟମ ଶ୍ରେଣୀର ରାହୁଲ ସାହୁ, ଓମପ୍ରକାଶ ପାଣିଗ୍ରାହୀ, ଉର୍ବାଶା ପାଣାଗ୍ରାହୀ ଓ ନବମ ଶ୍ରେଣୀରେ ଶାହରୁଖ ଖାନ ।
ଅନ୍ୟପଟେ ଆଜି କେନ୍ଦ୍ରାପଡା ଟାଇମ୍ସ ଗୁରୁକୁଳରେ ପଢ଼ୁଥିବା ୮ ଜଣ ଛାତ୍ର ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । କେନ୍ଦ୍ରାପଡା ସହର ଉପକଣ୍ଠ ଉଦୟନଗରରେ ଘଟିଛି ଏଭଳି ଘଟଣା । ଆଜି ଦିନ ୧୨ଟା ବେଳେ ସ୍କୁଲରେ ପାଠପଢା ଚାଲିଥିବାବେଳେ ଜଣେ ପରେ ଜଣେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତ ୨ ଦିନ ଧରି ଅତ୍ୟଧିକ ଗରମ ଗୁଳୁଗୁଳି ଅନୁଭୂତ ହେଉଛି ତଥା ସ୍କୁଲରେ ବିଦ୍ୟୁତ ସଂଯୋଗ ନଥିବାରୁ ଗରମରେ ପିଲାମାନେ ଚେତାଶୂନ୍ୟ ହୋଇପଡିଥିବା ସୂଚନା ମିଳିଛି ।




