ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିପାତ
ଛତିଶଗଡ଼ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଲାଲବାହିନୀ ଉପରେ ଶକ୍ତ ପ୍ରହାର । ଛତିଶଗଡ଼ ସୁକମାରେ ବଡ଼ ଧରଣର ଏନକାଉଣ୍ଟର,ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିପାତ । କୋଣ୍ଟା ଭେଜ୍ଜୀ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଚର ହୋଇଛି । ଖସି ପଳାଉଥିବାବେଳେ DRG ଯବାନଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ଏନେଇ ସୂଚନା ଦେଇଛନ୍ତି ବସ୍ତ୍ର ଆଇଜି ପି.ସୁନ୍ଦରରାଜ । ବର୍ତ୍ତମାନ ସୁଦ୍ଧା ଜାରି ରହିଛି ସର୍ଚ୍ଚ ପରେସନ । ଘଟଣାସ୍ଥଳରୁ […]
ଛତିଶଗଡ଼ : ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଲାଲବାହିନୀ ଉପରେ ଶକ୍ତ ପ୍ରହାର । ଛତିଶଗଡ଼ ସୁକମାରେ ବଡ଼ ଧରଣର ଏନକାଉଣ୍ଟର,ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀ ନିପାତ । କୋଣ୍ଟା ଭେଜ୍ଜୀ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଚର ହୋଇଛି । ଖସି ପଳାଉଥିବାବେଳେ DRG ଯବାନଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ । ଏନେଇ ସୂଚନା ଦେଇଛନ୍ତି ବସ୍ତ୍ର ଆଇଜି ପି.ସୁନ୍ଦରରାଜ । ବର୍ତ୍ତମାନ ସୁଦ୍ଧା ଜାରି ରହିଛି ସର୍ଚ୍ଚ ପରେସନ । ଘଟଣାସ୍ଥଳରୁ ଯବାନମାନେ ୩ ଟି ଅଟୋମେଟିକ ରାଇଫଲ ସହିତ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛନ୍ତି ।
ସୂଚନା ଅନୁସାରେ, ନକ୍ସଲମାନେ ଉକ୍ତ ଅଞ୍ଚଳରେ ଲୁଚିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହାପରେ ଡିଆରଜି ଟିମ୍ ନକ୍ସଲଙ୍କୁ ଘେରାବନ୍ଦୀ କରିବା ପାଇଁ ଯୋଜନା କରିଥିଲେ । ଯବାନମାନଙ୍କୁ ଖବର ମିଳିଥିଲା ଯେ, କିଛିଜଣ ନକ୍ସଲ ଓଡିଶା ରାସ୍ତା ଦେଇ ଛତିଶଗଡରେ ପ୍ରବେଶ କରୁଛନ୍ତି । ତେବେ ଏନେଇ ନକ୍ସଲଙ୍କୁ ଘେରାବନ୍ଦୀ ପାଇଁ ଉଦ୍ୟମ ବେଳେ ଉଭୟଙ୍କର ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ୧୦ ଆତଙ୍କୀ ନିହତ ହୋଇଥିଲେ । ଏହି ଏନକାଉଣ୍ଟରରେ ଛତିଶଗଡର ଦକ୍ଷିଣ ବସ୍ତର, ଗରିୟାବନ୍ଦ ଏବଂ କାଙ୍କରର ଯବାନ ସାମିଲ ରହିଥିଲେ ।




