ସ୍କୁଲ ବସ – ଟ୍ରକ ଧକ୍କାରେ ୧୦ ଆହତ
ଝାରସୁଗୁଡା : ସ୍କୁଲ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଝାରସୁଗୁଡ଼ା ବେଳପାହାଡ଼ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳେ DAV ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍କୁଲରୁ କାମ ସାରି ସ୍କୁଲ ବସରେ ଝାରସୁଗୁଡ଼ାରୁ ବନ୍ଧବାହାଲ ଅଭିମୂଖେ ଯାତ୍ରା କରୁଥିଲେ । ଏହିସମୟରେ ଏନଏଚ-୪୯ର ତାରିଣୀ ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା । […]
ଝାରସୁଗୁଡା : ସ୍କୁଲ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଝାରସୁଗୁଡ଼ା ବେଳପାହାଡ଼ ଏହି ଦୁର୍ଘଟଣା ଘଟିଛି । ଆଜି ସକାଳେ DAV ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସ୍କୁଲରୁ କାମ ସାରି ସ୍କୁଲ ବସରେ ଝାରସୁଗୁଡ଼ାରୁ ବନ୍ଧବାହାଲ ଅଭିମୂଖେ ଯାତ୍ରା କରୁଥିଲେ । ଏହିସମୟରେ ଏନଏଚ-୪୯ର ତାରିଣୀ ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଉଭୟ ଗାଡି ସାମ୍ନା ପଟ ଭାଙ୍ଗି ଚୁରମାର ହୋଇଯାଇଛି I ସ୍କୁଲ ବସଟିରେ ୨୫ ରୁ ଅଧିକ ଯାତ୍ରୀ ଯାଉଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି I ଘଟଣା ସ୍ଥଳରୁ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରାଯାଇ ବେଳପାହାଡ଼ର ଏକ ଘରୋଇ ହସ୍ପିଟାଲ ଏବଂ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ବସ ଓ ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।




