ଶିଆଳ କାମୁଡ଼ାରେ ୧୦ ଆହତ
ଖଇରା : ଅଙ୍ଗନବାଡ଼ି କେନ୍ଦ୍ରରେ ଶିଆଳ କାମୁଡ଼ାରେ ୧୦ ଆହତ I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡାଲଙ୍ଗ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ। ପ୍ରଥମେ ଶିଆଳଟି ଅଙ୍ଗନବାଡି କେନ୍ଦ୍ର ଭିତରେ ପଶି ଯାଇ ୪ ଜଣ ଶିଶୁଙ୍କୁ କାମୁଡି ଆହତ କରିଥିଲା I ଏହାପରେ ଗ୍ରାମବାସୀ ତାକୁ ଘଉଡାଇବାକୁ ଚେଷ୍ଟା କରୁଥିବା ସମୟରେ ଶିଆଳଟି ସେମାନଙ୍କୁ ମଧ୍ୟ କାମୁଡି ଆହତ କରିଥିଲା I ଶେଷରେ ଗ୍ରାମବାସୀ ମାନେ ଶିଆଳଟିକୁ କାବୁ କରିଥିଲେ […]
ଖଇରା : ଅଙ୍ଗନବାଡ଼ି କେନ୍ଦ୍ରରେ ଶିଆଳ କାମୁଡ଼ାରେ ୧୦ ଆହତ I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଡାଲଙ୍ଗ ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ। ପ୍ରଥମେ ଶିଆଳଟି ଅଙ୍ଗନବାଡି କେନ୍ଦ୍ର ଭିତରେ ପଶି ଯାଇ ୪ ଜଣ ଶିଶୁଙ୍କୁ କାମୁଡି ଆହତ କରିଥିଲା I ଏହାପରେ ଗ୍ରାମବାସୀ ତାକୁ ଘଉଡାଇବାକୁ ଚେଷ୍ଟା କରୁଥିବା ସମୟରେ ଶିଆଳଟି ସେମାନଙ୍କୁ ମଧ୍ୟ କାମୁଡି ଆହତ କରିଥିଲା I ଶେଷରେ ଗ୍ରାମବାସୀ ମାନେ ଶିଆଳଟିକୁ କାବୁ କରିଥିଲେ I ଆହତ ଗ୍ରାମବାସୀ ଓ ଶିଶୁଙ୍କୁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଶିଆଳ ଟିକୁ ବାନ୍ଧି ରଖି ଭଦ୍ରକ ବନ ବିଭାଗକୁ ଖବର ଦିଆ ଯାଇଛି I




