ବୋଲେରୋ – ବସ ଦୁର୍ଘଟଣାରେ ୧୦ ମୃତ
ପ୍ରୟାଗରାଜ: କୁମ୍ଭରେ ବୁଡ଼ ପକାଇବା ନୋହିଲା । ମହାକୁମ୍ଭ ଯାତ୍ରା ପାଲଟିଲା ମହାଯାତ୍ରା । ଉତ୍ତରପ୍ରଦେଶରେ ଘଟିଛି ଆଉ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ବୋଲେରୋ ଓ ବସ ମଧ୍ୟରେ ଧକ୍କାରେ ଚାଲିଗଲା ୧୦ ଶ୍ରଦ୍ଧାଳୁଙ୍କ ଜୀବନ। ୧୯ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ମିର୍ଜାପୁର- ପ୍ରୟାଗରାଜ ଜାତୀୟ ରାଜପଥରେ ଘଟିଛି ଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଛତିଶଗଡ କୋରବା ଜିଲ୍ଲାର କିଛି ଶ୍ରଦ୍ଧାଳୁ ଏକ ବୋଲେରୋ ଯୋଗେ ମହାକୁମ୍ଭରେ ବୁଡ ପକାଇବାକୁ ପ୍ରୟାଗରାଜ […]
ପ୍ରୟାଗରାଜ: କୁମ୍ଭରେ ବୁଡ଼ ପକାଇବା ନୋହିଲା । ମହାକୁମ୍ଭ ଯାତ୍ରା ପାଲଟିଲା ମହାଯାତ୍ରା । ଉତ୍ତରପ୍ରଦେଶରେ ଘଟିଛି ଆଉ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା । ବୋଲେରୋ ଓ ବସ ମଧ୍ୟରେ ଧକ୍କାରେ ଚାଲିଗଲା ୧୦ ଶ୍ରଦ୍ଧାଳୁଙ୍କ ଜୀବନ। ୧୯ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି। ମିର୍ଜାପୁର- ପ୍ରୟାଗରାଜ ଜାତୀୟ ରାଜପଥରେ ଘଟିଛି ଏ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।
ଛତିଶଗଡ କୋରବା ଜିଲ୍ଲାର କିଛି ଶ୍ରଦ୍ଧାଳୁ ଏକ ବୋଲେରୋ ଯୋଗେ ମହାକୁମ୍ଭରେ ବୁଡ ପକାଇବାକୁ ପ୍ରୟାଗରାଜ ଯାଉଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରୟାଗରାଜ- ମିର୍ଜାପୁର ଜାତୀୟ ରାଜପଥରେ ବୋଲେରୋଟି ଏକ ଯାତ୍ରୀବାହୀ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ବୋଲେରୋରେ ଥିବା ୧୦ ଜଣଙ୍କର ମୃତ୍ୟୁ ଘଟିବା ସହିତ ୧୯ ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ମୃତଦେହ ଗୁଡିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଯାଇଛି। ବସଟି ମହାକୁମ୍ଭରୁ ବାରଣାସୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ଦେବା ପରେ ବୋଲେରୋଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଗାଡ଼ିରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ପୋଲିସକୁ କଠିନ ପରିଶ୍ରମ କରିବାକୁ ପଡିଲା । ଏହି ଘଟଣାର ତଦନ୍ତ ଜାରି ରଖିଛି ସ୍ଥାନୀୟ ପୋଲିସ ।




