ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୧୧ ମୃତ,୧୩ ଗୁରୁତର
ଗୁଣପୁର/ମାଲକାନାଗିରି/ସୁନ୍ଦରଗଡ଼ : ଅଶୁଭ ଗୁରୁବାର । ଆଜି ସକାଳେ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୧୦ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହିତ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ରାୟଗଡ଼ା ଗୁଣପୁର ନିକଟରେ ଏକ ଟିପ୍ପର ଭାରସାମ୍ୟ ହରାଇ ଗଛକୁ ପିଟିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଭାଲେରୀ କୁଡ଼ିଆ ଗାଁ ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା […]
ଗୁଣପୁର/ମାଲକାନାଗିରି/ସୁନ୍ଦରଗଡ଼ : ଅଶୁଭ ଗୁରୁବାର । ଆଜି ସକାଳେ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୧୦ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିବା ସହିତ ୧୩ ଜଣ ଗୁରୁତର ଆହତ ହୋଇଛନ୍ତି । ରାୟଗଡ଼ା ଗୁଣପୁର ନିକଟରେ ଏକ ଟିପ୍ପର ଭାରସାମ୍ୟ ହରାଇ ଗଛକୁ ପିଟିବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଭାଲେରୀ କୁଡ଼ିଆ ଗାଁ ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ମୃତକ ହେଲେ ରାମାନାଗୁଡା ବ୍ଲକ୍ ଅନ୍ତର୍ଗତ ଅର୍ଜୁନଗୁଡା ଗାଁର ଅଲିକ୍ଷ ପାତିକା ଓ ଅଜୟ ପାଲକା । ଆଜି ଭୋର ସକାଳୁ ଟିପ୍ପରଟି ଗୁଣପୁରରେ ବାଲି ଅନଲୋଡ କରି ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଗୁରୁତର ଅବସ୍ଥାରେ ଗାଡ଼ି ଚାଳକଙ୍କୁ ଚିକିତ୍ସା କରାଯାଉଛି ।
ସେହିପରି କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଘଟିଛି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି ।ଆଜି ଭୋର ସମୟରେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ମୃତକ ହେଲେ ଗାଦାବାଗୁଡା ଗାଁର ଅଭି ମିଣିଆକା ଓ ଶରତ ତାଡ଼ିଙ୍ଗି । ଆହତଙ୍କୁ ପ୍ରଥମେ ନାରାୟଣପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଗୋଟିଏ ବାଇକରେ ୪ ଜଣ ଓ ଅନ୍ୟ ବାଇକରେ ୨ ଜଣ ଥିଲେ ।
ଅନ୍ୟପଟେ,ଆଜି ସକାଳେ କେ ବଲାଙ୍ଗ ଥାନା ନିକଟ ୫୨୦ ଜାତୀୟ ରାଜପଥରେ ଘଟିଛି ପୁଣି ଏକ ଭୟଙ୍କର ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ ସହ ଟ୍ରକର ମୁହାଁ-ମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣ ବସ ଯାତ୍ରୀଙ୍କର ମୃତ୍ୟୁ ଘଟିବା ସହିତ ୧୨ ଜଣ ଗୁରୁତର ଆହତ ହୋଇଥିଲେ । ‘ଲିଙ୍ଗରାଜ’ ନାମକ ଯାତ୍ରୀବାହୀ ବସଟି ରାଉରକେଲାରୁ ସୁନ୍ଦରଗଡ଼ କୋଇଡା ଆସୁଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ରାସ୍ତା ଜାମ ଯୋଗୁଁ ରଙ୍ଗ୍ ରୁଟ୍ ରେ ବସଟି ଆସୁଥିବାବେଳେ ଟ୍ରକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ବସର ସାମ୍ନା ପଟେ ପିଟି ହୋଇ ଟ୍ରକଟି ବସ ଭିତରକୁ ପଶିଯାଇଥିଲା ।ଘଟଣାସ୍ଥଳରେ କେ. ବଲାଙ୍ଗ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଯାତ୍ରୀ ମାନଙ୍କୁ ବସ୍ ଝରକା କଟର୍ ସାହାଯ୍ୟରେ କାଟି ବାହାର କରାଯାଉଛି । ଦୁର୍ଘଟଣା ପରେ ପୁରା ରାସ୍ତା ଏବେ ଜାମ୍ ରହିଛି । ଆହତ ମାନଙ୍କୁ ବଣାଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଥିବାବେଳେ ସେଠାରେ ଆଉ ଜଣେ ଆହତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ଅଧିକ ବଢିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି ।




