୧୦ କୋଟି ଟଙ୍କାର ଜମି ହଡପ ଘଟଣା, ବାଉନସର ରାଘବ ଜେନା ଘର ଧୂଳିସାତ

ଭୁବନେଶ୍ୱର : ନୟାପଲ୍ଲୀରେ ସରକାରୀ ଜମି ଜବରଦଖଲ ମାମଲା । ୧୦ କୋଟି ଟଙ୍କାର ୩୦ ଏକର ସରକାରୀ ଜମିକୁ ଚଞ୍ଚକତା କରି ବିକି ଦେଇଥିଲା ବାଉନସର ରାଘବ ଜେନା I ଏଥିପାଇଁ ସେ କୋଟିଏ ଟଙ୍କା ବଟି ମଧ୍ୟ ଦାବି କରିଥିଲା I ଏହି ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୫ ଜଣ ବାଉନସର ଙ୍କୁ ଗିରଫ କରିଥିଲା I ଏଥିରେ ମାଷ୍ଟର ମାଇଣ୍ଡ ଝାରପଡା ର ରାଘବ ଜେନାର ଘରକୁ ଧୂଳିସାତ କରିଛି ପୋଲିସ।ଏଥିସହିତ […]

Samaya Live Picture
Published On

ଭୁବନେଶ୍ୱର : ନୟାପଲ୍ଲୀରେ ସରକାରୀ ଜମି ଜବରଦଖଲ ମାମଲା । ୧୦ କୋଟି ଟଙ୍କାର ୩୦ ଏକର ସରକାରୀ ଜମିକୁ ଚଞ୍ଚକତା କରି ବିକି ଦେଇଥିଲା ବାଉନସର ରାଘବ ଜେନା I ଏଥିପାଇଁ ସେ କୋଟିଏ ଟଙ୍କା ବଟି ମଧ୍ୟ ଦାବି କରିଥିଲା I ଏହି ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୫ ଜଣ ବାଉନସର ଙ୍କୁ ଗିରଫ କରିଥିଲା I ଏଥିରେ ମାଷ୍ଟର ମାଇଣ୍ଡ ଝାରପଡା ର ରାଘବ ଜେନାର ଘରକୁ ଧୂଳିସାତ କରିଛି ପୋଲିସ।ଏଥିସହିତ ସରକାରୀ ଜମିରେ ଗଢି ଉଠିଥିବା ୩୦ ରୁ ଉର୍ଦ୍ଧ୍ବ ଘରକୁ ମଧ୍ୟ ଭଙ୍ଗାଯାଇଛି । ତେବେ ମାଷ୍ଟର ମାଇଣ୍ଡ ରାଘବ ଜେନା ଏବେ ବି ଫେରାର ଅଛି । ତାକୁ ଧରିବା ପାଇଁ ୩ ଟି ସ୍ପେଶାଲ ଟିମ ରାଜ୍ୟ ଓ ରାଜ୍ୟ ବାହାରେ ଚଢ଼ାଉ କରିଛି ।

ଝାରପଡ଼ା ମେଳଣ ପଡ଼ିଆ ନିକଟରେ ଥିବା ସରକାରୀ ଜମିରେ ପ୍ରାୟ ୩୦ରୁ ଅଧିକ ଘର କରି ଭଡ଼ାରେ ଲଗାଇଥିଲା ରାଘବ । ଆଜି BMC ,BDA ଓ କମିଶନରେଟ ପୋଲିସ ଉପସ୍ଥିତିରେ ଏହି ଘର ଭଙ୍ଗାଯାଇଛି । ପୂର୍ବରୁ ଉଚ୍ଛେଦ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି DCP ପ୍ରତୀକ ସିଂ ।

Tags: