୧ ଲକ୍ଷ ୭୭ ହଜାର ଭୁତ ଖାଉଥିଲେ ରାସନ
ଭୁବନେଶ୍ୱର : ଭୁତ ହିତାଧିକାରୀ ଚିହ୍ନଟ । ରାଜ୍ୟରେ ୧ଲକ୍ଷ ୭୭ ହଜାର ୬୮ ଜଣ ଭୁତ ଖାଉଥିଲେ ରାସନ । ଇ-କେୱାଇସି ପ୍ରକ୍ରିୟା ଜରିଆରେ ଏହି ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ହିତାଧିକାରୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ଜଣଙ୍କର ଇ-କେୱାଇସି ଯାଞ୍ଚ ସରିଛି । ସେହିପରି ୬ ଲକ୍ଷ ୧୯ […]
ଭୁବନେଶ୍ୱର : ଭୁତ ହିତାଧିକାରୀ ଚିହ୍ନଟ । ରାଜ୍ୟରେ ୧ଲକ୍ଷ ୭୭ ହଜାର ୬୮ ଜଣ ଭୁତ ଖାଉଥିଲେ ରାସନ । ଇ-କେୱାଇସି ପ୍ରକ୍ରିୟା ଜରିଆରେ ଏହି ମୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ହିତାଧିକାରୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ଜଣଙ୍କର ଇ-କେୱାଇସି ଯାଞ୍ଚ ସରିଛି । ସେହିପରି ୬ ଲକ୍ଷ ୧୯ ହଜାର ୮୩୬ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ଏନେଇ ଆଜି ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାସନ ଉପଭୋକ୍ତାଙ୍କ ସଂକ୍ରାନ୍ତରେ ଉତ୍ତର ରଖିଛନ୍ତି । ତେବେ ଭୂତ ହିତାଧିକାରୀଙ୍କ ବାବଦରେ ଜଣାପଡିବା ପରେ ପୁରା ତାଲିକାରେ ସଂଶୋଧନ କରାଯିବ । ଭୂତ ହିତାଧିକାରୀଙ୍କ ନାଁକୁ ତାଲିକାରୁ ହଟାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।




