ଓଭରଟେକ ହେଲା କାଳ ୧ ମୃତ ୧ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ରାଣୀବଗିଚା ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ଦୁର୍ଘଟଣା I ଗୋଟିଏ ଟ୍ରକକୁ ଏକ କାର ଓଭରଟେକ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି I ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି I ରାଉରକେଲା ପଟୁ ଦ୍ରୁତଗତିରେ ଆସୁଥିବା ଏକ ବ୍ରେଜା କର୍ ଆଗରେ ଥିବା ଟ୍ରକକୁ ଓଭରଟେକ୍ କଲାବେଳେ ଟ୍ରକରେ ପିଟି ହୋଇ ଚୂରମାର ହୋଇଯାଇଛି। ଟ୍ରକ ସହ କାରଟି ଏତେ ଜୋରରେ ଧକ୍କା ହୋଇଥିଲା ଯେ […]

Samaya Live Picture
Published On

ସୁନ୍ଦରଗଡ଼: ସୁନ୍ଦରଗଡ଼ ରାଣୀବଗିଚା ଏକ୍ସପ୍ରେସ ୱେ ରେ ମର୍ମନ୍ତୁଦ ଦୁର୍ଘଟଣା I ଗୋଟିଏ ଟ୍ରକକୁ ଏକ କାର ଓଭରଟେକ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି I ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି I
ରାଉରକେଲା ପଟୁ ଦ୍ରୁତଗତିରେ ଆସୁଥିବା ଏକ ବ୍ରେଜା କର୍ ଆଗରେ ଥିବା ଟ୍ରକକୁ ଓଭରଟେକ୍ କଲାବେଳେ ଟ୍ରକରେ ପିଟି ହୋଇ ଚୂରମାର ହୋଇଯାଇଛି। ଟ୍ରକ ସହ କାରଟି ଏତେ ଜୋରରେ ଧକ୍କା ହୋଇଥିଲା ଯେ କାରର ଆଗ ସିଟରେ ବସିଥିବା ଲୋକ ଜଣକ ଛିଟିକି ଯାଇ ବ୍ରିଜ୍ ତଳେ ପଡ଼ି ପ୍ରାଣ ହରାଇଛନ୍ତି ।ଏହା ସହିତ କାର ର ଡ୍ରାଇଭର କାର ଷ୍ଟିୟରିଂରେ ଚାପି ହୋଇଯାଇଥିଲେ I ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି କଟରରେ କାରକୁ କାଟି ତାଙ୍କୁ ବାହାର କରି ଚିକିତ୍ସା ପାଇଁ ପଠାଇଛନ୍ତି I ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ପରିଚୟ ମିଳିନାହଁ।

Tags: