ଇନ୍ଦ୍ରାବତୀ ନଦୀରେ ବୁଡି ୧ ମୃତ

ନବରଙ୍ଗପୁର : ଇନ୍ଦ୍ରାବତୀ ନଦୀରେ ପୁଣି ଏକ ଅଘଟଣ I ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଏକ ଠିକା ସଂସ୍ଥା କମ୍ପାନୀର ଯୁବ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତକ ଆର କେ ଇମ୍ଫ୍ରା କମ୍ପାନୀର ସିନିୟର ମାନେଜର ଦୁର୍ଗେସ୍‌ ବ୍ରହ୍ମI (୩୪) I ସୂଚନାନୁସାରେ,ଦୁର୍ଗେସ୍‌ଙ୍କ ଘର ଉତ୍ତରପ୍ରଦେଶ I ସେ କୋରାପୁଟ ଜିଲ୍ଲା ଜୟପୁର ସହରର ନିଳାଚଳ ନଗରରେ ବାସ କରୁଥିଲେ । ଏକ ରେଲୱେ ସର୍ଭେ କରିବାକୁ ନିଜ ପରିବାର ଓ କିଛି […]

Samaya Live Picture
Published On

ନବରଙ୍ଗପୁର : ଇନ୍ଦ୍ରାବତୀ ନଦୀରେ ପୁଣି ଏକ ଅଘଟଣ I ନଦୀରେ ଗାଧୋଇବା ବେଳେ ପାଣିରେ ବୁଡି ଏକ ଠିକା ସଂସ୍ଥା କମ୍ପାନୀର ଯୁବ ଇଂଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତକ ଆର କେ ଇମ୍ଫ୍ରା କମ୍ପାନୀର ସିନିୟର ମାନେଜର ଦୁର୍ଗେସ୍‌ ବ୍ରହ୍ମI (୩୪) I

ସୂଚନାନୁସାରେ,ଦୁର୍ଗେସ୍‌ଙ୍କ ଘର ଉତ୍ତରପ୍ରଦେଶ I ସେ କୋରାପୁଟ ଜିଲ୍ଲା ଜୟପୁର ସହରର ନିଳାଚଳ ନଗରରେ ବାସ କରୁଥିଲେ । ଏକ ରେଲୱେ ସର୍ଭେ କରିବାକୁ ନିଜ ପରିବାର ଓ କିଛି କର୍ମଚାରୀଙ୍କ ସହ ନବରଙ୍ଗପୁର ଆସିଥିଲେ I ଏହି ସମୟରେ ଦୁର୍ଗେଶ ସାଥି କର୍ମଚାରୀ ମାନଙ୍କ ସହ ମିଶି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ବୁଡି ଯାଇଥିଲେ । ଖବର ପାଇ କର୍ମଚାରୀ ଓ କିଛି ଗ୍ରାମବାସୀ ପହଞ୍ଚି ଦୁର୍ଗେସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ଦୁର୍ଗେସଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ପୈତୃକ ବାସସ୍ଥାନ ଭୋପାଲକୁ ପଠାଯାଇଛି । ଏହି ଚେକ୍‌ ଡ୍ୟାମ୍‌ ନିକଟରେ ଗତ ୫ଦିନ ମଧ୍ୟରେ ଏ ହେଉଛି ୨ୟ ଘଟଣା । କିଛିଦିନ ପୂର୍ବରୁ ଜଣେ କଳେଜ ଛାତ୍ରଙ୍କର ମଧ୍ୟ ପାଣିରେ ବୁଡି ମୃତ୍ୟୁ ହୋଇଥିଲା ।

Tags: